କେନ୍ଦୁଝର, ୨୦ ସେପ୍ଟେମ୍ବର (ହି.ସ.)- ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମର ସ୍ବର୍ଗତ ହରିଶ୍ଚନ୍ଦ୍ର ସେଠୀ ଭାରତୀୟ ସେନା
ମୁଖ୍ୟାଳୟରେ ସେବାରତ ଥିଲେ। ବିଗତ କିଛି ଦିନ ହେବ କର୍କଟ ରୋଗରେ, RR Hospital New Delhi ରେ ଚିକିତ୍ସିତ ହେଉଥିଲେ। ସେ ସେପ୍ଟେମ୍ବର ୧୯ ତାରିଖ ଦିନ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେନାରେ ସେ ୨୩ ବର୍ଷ ସେବା କରି ନାଏବ ସୁବେଦାର ପଦବୀରେ ସେବାରତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ତାଙ୍କର ପାବ ଶରୀର ଓ ତାଙ୍କ ପତ୍ନୀ ତଥା ଦୁଇ ଝିଅ ଆଜି ସକାଳୁ ଇଣ୍ଡିଗୋ ଏୟାରଲାଇନ ବିମାନରେ ଭୁବନେଶ୍ବର ପହଞ୍ଚି ଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଗାଁ ରେ ପହଞ୍ଚିଲେ। ଗ୍ରାମବାସୀ, ପୂର୍ବତନ ସୈନିକ ସଂଘର ସଦସ୍ୟ ଗଣ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ମରଶରୀରକୁ ଗାଁ ମୁଣ୍ଡରୁ ତାଙ୍କ ଘରକୁ ଓ ତା'ପରେ ନଦୀ କୂଳକୁ ନେଇ ଯଥା ସମ୍ମାନ ଦେଇ ଦାହ ସଂସ୍କାର କରିଥିଲେ।
ଏହି ବିଶେଷ କାର୍ଯ୍ୟ ତଦାରଖ କରିବା ପାଇଁ ଷ୍ଟେସନ ବାଲେଶ୍ଵରରୁ ସେନା ଅଧିକାରୀ ତଥା ଅନ୍ୟାନ୍ୟ ଷ୍ଟାଫ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟତଃ ପୂର୍ବତନ ସୈନିକ ସଂଘର କର୍ମକର୍ତା ଓ ଅନ୍ୟାନ୍ୟ ସଦସ୍ୟ ଗଣ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA