ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର
ଜୟପୁର, 20 ସେପ୍ଟେମ୍ବର (ହି.ସ.) ବିକ୍ରମଦେବ ବିଶ୍ଵବିଦ୍ୟାଳୟରେ ଉତ୍କଳ‌ କେଶରୀ ଡ. ହରେକଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିକ୍ରମଦେବ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆ
ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର


ଜୟପୁର, 20 ସେପ୍ଟେମ୍ବର (ହି.ସ.) ବିକ୍ରମଦେବ ବିଶ୍ଵବିଦ୍ୟାଳୟରେ ଉତ୍କଳ‌ କେଶରୀ ଡ. ହରେକଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିକ୍ରମଦେବ ବିଶ୍ଵବିଦ୍ୟାଳୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ବିଦିବସୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନ କାର୍ଯ୍ୟକ୍ରମକରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦେବୀପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମୁଖ୍ୟଅତିଥ, ଓଡ଼ିଶା କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ପ୍ରଫେସର ଆଲୋକ ବରାଳ ମୁଖ୍ୟବକ୍ତା, ବିଶ୍ବବିଦ୍ୟାଳୟ କୁଳସଚିବ ମହେଶ୍ଵର ଚନ୍ଦ୍ର ନାୟକ, ହରେକୃଷ୍ଣ ମହତାବ ସଂସାଧନ କେନ୍ଦ୍ର ସଚିବ ପ୍ରଫେସର ଉପେନ୍ଦ୍ର ପାଢୀ ମଞ୍ଚାସୀନ ଥିଲେ। ଏଥିରେ କୁଳସଚିବ ଶ୍ରୀ ନାୟକ ଅତିଥି ପରିଚୟ ସହ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ପାଢ଼ୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଡ. ମନୋରଞ୍ଜନ ପ୍ରଧାନ ମଞ୍ଚ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟିନୀ ଉତ୍ସବରେ ବିଜେପିର ବରିଷ୍ଠ ନେତା ଗୌତମ ସାମନ୍ତରାୟ, ବାଲା ରାୟ ପ୍ରମୁଖ ବହୁ ଜନପ୍ରତିନିଧିଙ୍କ ସହ ସହର ବୁଦ୍ଧିଜୀବୀ, ଅଧ୍ୟାପକଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

ଏଲ-୨ଶ୍ରେଣୀ କକ୍ଷରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସମ୍ପର୍କରେ ତିନୋଟି ଅଧିବେଶରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ‘ଓଡିଆ ସାହିତ୍ୟର ମାର୍ଗଦର୍ଶକ : ଡ. ହରେକୃଷ୍ଣ ମହତାବ ଶୀର୍ଷକରେ ଆଲୋଚନା ହୋଇଥିଲା। ଏଥିରେ ଡ. ପ୍ରୀତିଧାରା ସାମଲ, ଡ. ଚିନ୍ମୟ କୁମାର ବେହେରା, ଡ. ପ୍ରଦୀପ କୁମାର ମିଶ୍ର ନିଜସ୍ବ ବକ୍ତବ୍ୟ ରଖିଥିଲେ। ସେହିପରି ଦ୍ବିତୀୟ ଅଧିବେଶନରେ

ସ୍ବାଧୀନତା ସଂଗ୍ରାମ : ଡ. ହରେକୃଷ୍ଣ ମହତାବ’ ବିଷୟରେ ହୋଇଥିବା ଆଲୋଚନାରେ

ଡ. ଭଗବାନ ସାହୁ, ହରିଶ ପରିଡା, ଶ୍ରୀରଙ୍ଗ ନାୟକ ପ୍ରମୁଖ ଆଲୋଚନା କରିଥିଲେ। ଆଜିର ତୃତୀୟ ଅଧିବେଶନରେ ‘ସ୍ବାଧୀନୋତ୍ତର ଓଡ଼ିଶା ରାଜନୀତି ଓ ଡ. ହରେକୃଷ୍ଣ ମହତାବ’ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ଡ. ରାଧାନାଥ ବେହେରା, ମହେଶ୍ଵର ଦୁରିଆ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏଲ-୧ ଶ୍ରେଣୀକକ୍ଷରେ ଫଟୋଚିତ୍ର, ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସନ୍ଧ୍ୟାରେ ମୁଖ୍ୟମଞ୍ଚରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଓଡ଼ିଶୀ, ସମ୍ବଲପୁରୀ, ଢେମସା ଆଦି ବିଭିନ୍ନ ଲୋକ ନୃତ୍ୟ ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ମାନସୀ ରାଣୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ସମ୍ପର୍ଣ୍ଣ କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ପ୍ରଶାନ୍ତ ପାତ୍ର, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ ପ୍ରଧାନ, ବିତ୍ତ ନିୟନ୍ତ୍ରକ ସଚିନ ନାୟକ, ବିକ୍ରମଦେବ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଡ. ଲକ୍ଷ୍ମଣ ପାତ୍ର, ଡ. ଦେବଦତ୍ତ ‌ଇଣ୍ଡୁରିଆ, ଡ. ସାଗରିକା ମିଶ୍ର, ଡ. ଅରୁଣ କୁମାର ରାଜ, ଡ.ବିଜୟ କୁମାର‌ ସେଠୀ, ସୁକାନ୍ତି ସୟ, ଏସ ଜ୍ୟୋତ୍ସ୍ନା ରାଓ, ପଲ୍ଲବୀ ନାୟକ, ଡ. ବ୍ରଜବନ୍ଧୁନନ୍ଦ, ଋଷଭ କୁମାର ସାହୁ, ଡ. ସ୍ମିତସାଗର ଶତପଥୀ, ଫ୍ରାନସିସ ବାର୍ଲା, ମେହଶ୍ବର ଦୁରିଆ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande