ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ମାଲକାନଗିରି, ୨୦ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ। ମୃତ ମହିଳା ଏମ ଭି – ୧୦ ଗ୍ରାମର ବୋଲି ଜଣାପଡ଼ିଛି। ଏକ ଛୋଟ ଗଛରେ ଅଧା ଝୁଲନ୍ତା ଅବସ୍ଥାରେ ମୃତଶରୀର ଦେଖ୍ ପରିବାର ଲୋକ କାଲିମେଳା ଥାନାରେ ଖବର ଦେ
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ


ମାଲକାନଗିରି, ୨୦ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ। ମୃତ ମହିଳା ଏମ ଭି – ୧୦ ଗ୍ରାମର ବୋଲି ଜଣାପଡ଼ିଛି। ଏକ ଛୋଟ ଗଛରେ ଅଧା ଝୁଲନ୍ତା ଅବସ୍ଥାରେ ମୃତଶରୀର ଦେଖ୍ ପରିବାର ଲୋକ କାଲିମେଳା ଥାନାରେ ଖବର ଦେଇଥିବା ଜଣା ପଡିଛି! ମୃତ ମହିଳାଙ୍କ ହାତ ଗୋଡ଼ ମାଟିରେ ଲାଗିଥିବା ବେଳେ ବେକରେ ଏକ ଦୌଡ଼ି ଲାଗିଥିବାର ଦେଖୁବାକୁ ମିଳିଛି!ମୃତ ଶରୀର ନିକଟରେ ଚପଲ୍ ପଡ଼ିଥିବା ବେଳେ ମୁଣ୍ଡରେ କଟା ଦାଗ ରହିଛି। ମହିଳା ଜଣଙ୍କ ଶୁକ୍ରବାର ଦିନ ଘରେ ଥିବାବେଳେ ରାତିରୁ ନିଖୋଜ ଥିଲେ। ତେବେ ଶନିବାର ଦିନ ସକାଳେ ଘର ନିକଟରୁ ପ୍ରାୟ ଏକ କିମି ଦୂର ଏକ ଜଙ୍ଗଲିଆ ସ୍ଥାନରେ ଥୂବା ଏକ ଛୋଟ ଗଛରେ ଅଧା ଝୁଲନ୍ତା ଅବସ୍ଥାରେ ମୃତଦେହ ଝୁଲୁଥିବା ଦେଖ୍ କିଛି ଲୋକ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। କାଲିମେଳା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୋରାପୁଟରୁ ‘ ସାଇଂଟିଫିକ ଟିମ ଆସିଲା ପରେ ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିବ ବୋଲି ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande