କେନ୍ଦ୍ରାପଡ଼ା, ୨୦ ସେପ୍ଟେମ୍ବର(ହି.ସ.) – ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଦେଶ ସାରା ଆୟୋଜିତ ସେବାପକ୍ଷ ଅନ୍ତର୍ଗତ ଦ୍ୱିତୀୟ ଦିନରେ ବିଜେପି ତରଫରୁ ସ୍ଥାନୀୟ ତିନିମୁହାଣି ସ୍ଥିତ ସହିଦ ସ୍ତମ୍ଭ ଠାରେ ନରେନ୍ଦ୍ର ମୋଦିଙ୍କ ଜୀବନୀ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରତିନିଧି ପ୍ରଭାତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତିନିମୁହାଣୀର ପ୍ରତିଷ୍ଠିତ ବ୍ୟବସାୟୀ ଅଜିତ କୁମାର ସାହୁ ଉଦ୍ଘାଟନ କରିଥିଲେ ଏବଂ ଅତିଥି ଭାବରେ ଭବନ ସାହୁ, ବୈକୁଣ୍ଠ ନାୟକ, ମଧୁସୂଦନ ବାରିକ, ବିଦ୍ୟାଧର ନାୟକ, ବାବୁ ନାୟକ, ରବି ନାୟକ ଉପସ୍ଥିତି ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ବରିଷ୍ଠ ନେତ୍ରୀ ଗୀତାଞ୍ଜଳୀ ସେଠୀ, ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଦୁର୍ଯୋଧନ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଡଲୀ ଶତପଥୀ, ଉପସଭାପତି ଅଭିମନ୍ୟୁ ଗୋଛାୟତ, ସାଧାରଣ ସମ୍ପାଦକ ଅମିତାଭ ସୁଆର, ଉପିନ୍ ରାଉତ, ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ନେହେରୁ କୁମାର ସାହୁ, କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ,ବରିଷ୍ଠ କାର୍ଯ୍ୟକର୍ତା ଭକ୍ତବନ୍ଧୁ ମିଶ୍ର, ଜୀବନାନନ୍ଦ ସାହୁ, ପ୍ରଶାନ୍ତ ସେଠୀ, ଭାରତ ଭୂଷଣ ଦାସ, ଯୁବମୋର୍ଚ୍ଚା ସଭାପତି ଶୋଭନ ଆଚାର୍ଯ୍ୟ,ନଗର ସଭାପତି ନିହାରିକା ନାୟକ, ତାପସ ରଞ୍ଜନ ନାୟକ, ନିହାର ରଞ୍ଜନ ମହାନ୍ତିଙ୍କ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପ୍ରତିମା ନାୟକ, ଝିଲି ଦାସ, ମାନସୀ ସାହୁ, ମନୀନ୍ଦ୍ର ରାଉତ, ଶିବାନୀ ଶଙ୍କର ଦାସ,ମାନସ ରଞ୍ଜନ ଦାସ, ଅଭିଷେକ ପଣ୍ଡ, ଶକ୍ତିଶ୍ରୀ ଲେଙ୍କା, ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି