ଆଜି  ମଧ୍ୟ  ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ହଟ୍ଟଗୋଳ
ଭୁବନେଶ୍ୱର, 20 ସେପ୍ଚେମ୍ବର (ହି.ସ.) ଲଗାତାର ଦ୍ୱିତୀୟ ଦିନ ମଧ୍ୟ ଚାଲିପାରିଲା ନାହିଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ । ଆଜି ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ବିଜେଡି ବିଧାୟକ
ଆଜି  ମଧ୍ୟ      ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକଙ୍କ ହଟ୍ଟଗୋଳ


ଭୁବନେଶ୍ୱର, 20 ସେପ୍ଚେମ୍ବର (ହି.ସ.)

ଲଗାତାର ଦ୍ୱିତୀୟ ଦିନ ମଧ୍ୟ

ଚାଲିପାରିଲା ନାହିଁ ପ୍ରଶ୍ନକାଳ ଓ ଶୂନ୍ୟକାଳ

ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ

। ଆଜି ବିଧାନସଭାର

ମୌସୁମୀ ଅଧିବେଶନର ତୃତୀୟ ଦିନରେ ଚାଷୀ ସମସ୍ୟା

ଓ ସାର ଅଭାବ ପ୍ରସଙ୍ଗକୁ ବିଜେଡି ବିଧାୟକ ମାନେ ପୁଣି ଥରେ ନାରାବାଜୀ ଓ ହଟ୍ଟଗୋଳ କରିଛନ୍ତି ।

ଶୁକ୍ରବାର ଦିନ ଏହି ସମାନ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ହଟ୍ଟଗୋଳ କରିଥିବାରୁ ଗୃହରେ କୌଣସି କାମ ହୋଇ ପାରି ନ ଥିଲା । ଏହି କାରଣରୁ

ଆଜି ମଧ୍ୟ ଲଗାତାର ଦୁଇ ଦିନ ଧରି ପ୍ରଥମାର୍ଧ ବୈଠକ ହୋଇ ପାରି ନ ଥିଲା । ହଟ୍ଟଗୋଳ କାରଣରୁ ବାଚସ୍ପତି ସୁରମା ପାଢୀ ଗୃହକୁ

ଅପରାହ୍ନ 4ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।

10.30

ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ

ଗୃହରେ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ

ପ୍ରସ୍ତାବ ଉପରେ ଆଲୋଚନା ହୋଇ ପ୍ରସ୍ତାବ ପାରିତ ହୋଇଥିଲା । ଏହା ପରେ ବିଧାନସଭା ବାଚସ୍ପତି

ସୁରମା ପାଢୀ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଆରମ୍ଭ

କରିଥିଲେ । ସେ ଏକ ପ୍ରଶ୍ନର ଉତର ଦେବାକୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଡାକିଥିଲେ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧ୍.ୟ ତାଙ୍କ ଉତ୍ତର ପଢିବା ଆରମ୍ଭ କରିଥିଲେ । ତେବେ

ବିରୋଧୀ ଦଳ ବିଜେଡିର ବିଧାୟକ ମାନେ ଚାଷୀ ସମସ୍ୟା ଓ ସାର ଅଭାବ ପ୍ରସଙ୍ଗକୁ ନେଇ

ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । ସେମାନେ ହାତରେ ବ୍ୟାନର, ପ୍ଲାକାର୍ଡ ମାନ

ଧରି ବିଜେପି ସରକାର ବିରୁଦ୍ଧରେ ନାରାବାଜୀ କରିବା ସହ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ ।

ବିଜେଡି ବିଧାୟକ ମାନେ ଚାଷୀ ବିରୋଧୀ ସରକାର ଚଳିବ ନାହିଁ, ଚାଷୀଙ୍କ ସାରର

କଳାବଜାରୀ ହେଉଥିବା କଥାକୁ ନେଇ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ । ସେହି ସମୟରେ ଅନ୍ୟତମ

ବିରୋଧୀ କଂଗ୍ରେସ ଦଳର ବିଧାୟକ ମାନେ ସେମାନଙ୍କ ଆସନରେ ଠିଆ ହୋଇ ନାରାବାଜୀ କରୁଥିବା ଦେଖିବାକୁ

ମିଳିଥିଲା । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉତ୍ତର

ଦେଉଥିଲେ ହେଁ ବିରୋଧୀ ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ତାଙ୍କର ଉତ୍ତର ପ୍ରେସ ଗ୍ୟାଲେରୀକୁ

ସ୍ପଷ୍ ହୋଇ ପାରୁ ନ ଥିଲା । ବାଚସ୍ପତି ସୁରମା ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ

ବାରମ୍ବାର ସେମାନଙ୍କ ଆସନକୁ ଯିବାକୁ କହିବା ସହ ପ୍ରଶ୍ନକାଳ କାର୍ଯକ୍ରମ ଚଳାଇବାକୁ ସହଯୋଗ

କରିବାକୁ ଅନୁରୋଧ କରିବାକୁ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ୱେ

ବିରୋଧୀ ବିଜେଡି ବିଧାୟକ ମାନେ ତାଙ୍କର କଥା ଶୁଣି ନ ଥିଲେ୍ ଓ ସେମାନେ ହଟ୍ଟଗୋଳ ଜାରୀ ରଖିଥିଲେ

। ଏହା ଫଳରେ ବାଚସ୍ପତି ସୁରମା ପାଢୀ ସକାଳ 10.43ରୁ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ

ରହିଲା ବୋଲି ଘୋଷଣା କରିଥିଲେ । । ଏହି କାରଣରୁ ଆଜି ପ୍ରଶ୍ନକାଳ, ଶୂନ୍ୟ କାଳ ଓ ଅନ୍ୟ ନିର୍ଧାରିତ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande