ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଲା ଧର୍ମଶାଳା ପ୍ରିମିୟର ଲିଗ କ୍ରିକେଟ
ଧର୍ମଶାଳା,୨୦ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଚୋରମୁହାଁ ମଜାର ପଡିଆଠାରେ ୟୁନାଇଟେଡ଼ କ୍ଲବ ପକ୍ଷରୁ ଧର୍ମଶାଳା ପ୍ରିମିୟର ଲିଗ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆଜି ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝି ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣ
ବର୍ଷା ଯୋଗୁଁ ଅଧାରେ ବନ୍ଦ ରହିଲା ଧର୍ମଶାଳା ପ୍ରିମିୟର ଲିଗ କ୍ରିକେଟ


ଧର୍ମଶାଳା,୨୦ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଚୋରମୁହାଁ ମଜାର ପଡିଆଠାରେ ୟୁନାଇଟେଡ଼ କ୍ଲବ ପକ୍ଷରୁ ଧର୍ମଶାଳା ପ୍ରିମିୟର ଲିଗ କ୍ରିକେଟ୍ ଟୁର୍ଣ୍ଣାମେଂଟ ଆଜି ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝି ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ । ଆଜିର ଉଦଘାଟନୀ ମ୍ୟାଚ କେସିସି ସୂଂଗୁଡା ଓ ଡନ ସ୍କୋରିଙ୍ଗ କ୍ଲବ ମୁକୁନ୍ଦପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୂଂଗୁଡା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୮ ଓଭର ଖେଳି ୨ଉଇକେଟ୍ ହରାଇ ୧୧୪ରନ୍ କରିଥିଲା । ଜବାବ୍‌ରେ ମୁକୁନ୍ଦପୁର ୨ଓଭର ୧ଟି ବଲ ଖେଳି ୧ଉଇକେଟ୍ ହରାଇ ୧୮ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ହେବାରୁ ଖେଳକୁ ସ୍ଥଗିତ ରଖାଯାଇଥିଲା । ବର୍ଷା ଯୋଗୁଁ ସ୍ଥଗିତ ରହିଥିବା ଆଜିର ମ୍ୟାଚ ଆସନ୍ତାକାଲି ଖେଳାଯିବ ବୋଲି କ୍ଲବ ପ୩ରୁ ସୂଚନା ଦିଆଯାଇଛି । ଆଜିର ଖେଳକୁ ଦୀପକ ରଞ୍ଜନ ମହାନ୍ତି ଓ ସୁମନ ଦାସ ପରିଚାଳନା କରିଥିଲା ବେଳେ ସ୍କୋରରେ ଲିକୁ ଓ ସୁରଜ ସହାୟତା କରିଥିଲେ । ୟୁନାଇଟେଡ କ୍ଲବର ସଦସ୍ୟ ସାଗର ସ୍ୱାଇଁ, ପଙ୍କଜ ମଲ୍ଲିକ, ଅନିଲ କୁମାର ସ୍ୱାଇଁ, ସୋମେଶ ପ୍ରଧାନ, ରାଜେଶ ମହାନ୍ତି, ଚନ୍ଦନ ଦଳେଇ, ସେକ ଅବଦୁଲ ଗୁଫର, ସୋମ୍ୟରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande