୨୬ରେ ଲଘୁଚାପ ବ୍ରାହ୍ମଣୀରେ ପୁଣି ବନ୍ୟା ଆଶଙ୍କା
ଧର୍ମଶାଳା,୨୦ସେପ୍ଟେମ୍ବର(ହି.ସ.) -ଆସନ୍ତା ୨୬ ତାରିଖରେ ଏକ ବଡଧରଣର ଲଘୁଚାପ ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏହି ଲଘୁଚାପ ପୁର୍ବରୁ ରେଙ୍ଗାଲି ଡ୍ୟାମରୁ ଯଦି ବନ୍ୟାଜଳ ନିଷ୍କାସନ କରାନଯାଏ ତେବେ ବ୍ରାହ୍ମଣୀରେ ଏକ ବଡଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି ।
୨୬ରେ ଲଘୁଚାପ ବ୍ରାହ୍ମଣୀରେ ପୁଣି ବନ୍ୟା ଆଶଙ୍କା


ଧର୍ମଶାଳା,୨୦ସେପ୍ଟେମ୍ବର(ହି.ସ.) -ଆସନ୍ତା ୨୬ ତାରିଖରେ ଏକ ବଡଧରଣର ଲଘୁଚାପ ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଏହି ଲଘୁଚାପ ପୁର୍ବରୁ ରେଙ୍ଗାଲି ଡ୍ୟାମରୁ ଯଦି ବନ୍ୟାଜଳ ନିଷ୍କାସନ କରାନଯାଏ ତେବେ ବ୍ରାହ୍ମଣୀରେ ଏକ ବଡଧରଣର ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି । ରେଙ୍ଗାଲି ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ରହିଥିବା ବେଳେ ଆଜି ଡ୍ୟାମରେ ୧୨୩.୩୮ ମିଟର ରହିଛି । ଏହି ଜଳସ୍ତର ବୃଦ୍ଧି ପାଇ ୧୮ ତାରିଖରେ ୧୨୩.୫୧ ମିଟର ହୋଇଯାଇଥିଲା । ଫଳରେ ଡ୍ୟାମ କତୃପକ୍ଷ ବାଧ୍ୟ ହୋଇ କିଛି ଘଂଟା ପାଇଁ ଗୋଟିଏ ଗେଟ ଖୋଲିଦେଇଥିଲେ । ଯାହାକୁ ବନ୍ଦ କରିଦିଆଯାଇଛି । ଗତକାଲି ଡ୍ୟାମର ଜଳସ୍ତର ୧୨୩.୩୦ ରହିଥିବା ବେଳେ ଆଜି ବୃଦ୍ଧି ପାଇ ୧୨୩.୩୮ ମିଟର ରହିଥିବା ନେଇ ବିଭାଗୀୟ ୱେବ ସାଇଟରୁ ଜଣାପଡିଛି । ଆଗକୁ ଏକ ବଡଧରଣର ଲଘୁଚାପ ହେବାର ଆଶଙ୍କା ରହିଥିବା ବେଳେ ଡ୍ୟାମ କତୃପକ୍ଷ କଣ ପାଇଁ ଡ୍ୟାମରୁ ଜଳନିଷ୍କାସନ କରୁ ନାହାନ୍ତି ତାକୁ ନେଇ ଏକ ବଡ ପ୍ରଶ୍ନ ଛିଡା ହୋଇଛି । ତେବେ ଆସନ୍ନ ଲଘୁଚାପ ପୁର୍ବରୁ ଡ୍ୟାମର ଜଳପତନ କମାନଯାଏ ତେବେ ଆଗକୁ ବ୍ରାହ୍ମଣୀରେ ଏକ ବଡଧରଣର ବନ୍ୟାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଭଳି ଅବସ୍ଥାରେ ଡ୍ୟାମରୁ ଜଳନିଷ୍କାସନ କରିବା ଜରୁରୀ ହୋଇପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande