ବର୍ଷା ସାଙ୍ଗକୁ ବଜ୍ରପାତରେ ଜଳିଗଲା ଚାଳଘର
ଧର୍ମଶାଳା,୨୦ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼ କାଏମା ପଂଚାଯତର ଦାସସାହି ଗ୍ରାମରେ ଆଜି ବଜ୍ରପାତରେ ଜଣକର ଚାଳଘର ପୋଡିଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅଜି ଅପରାହ୍ନରେ ବର୍ଷା ସାଙ୍ଗକୁ ଭିଷଣ ବଜ୍ରପାତ ହୋଇଥିଲା । ଫଳରେ ଦାସସାହିର ବଟ ଦାସଙ୍କ ଚାଳଘର ବଜ୍ରପାତରେ ନିଆଁଲ
ବର୍ଷା ସାଙ୍ଗକୁ ବଜ୍ରପାତରେ  ଜଳିଗଲା ଚାଳଘର


ଧର୍ମଶାଳା,୨୦ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ବଡ଼ କାଏମା ପଂଚାଯତର ଦାସସାହି ଗ୍ରାମରେ ଆଜି ବଜ୍ରପାତରେ ଜଣକର ଚାଳଘର ପୋଡିଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅଜି ଅପରାହ୍ନରେ ବର୍ଷା ସାଙ୍ଗକୁ ଭିଷଣ ବଜ୍ରପାତ ହୋଇଥିଲା । ଫଳରେ ଦାସସାହିର ବଟ ଦାସଙ୍କ ଚାଳଘର ବଜ୍ରପାତରେ ନିଆଁଲାଗି ପୋଡିଯାଇଥିଲା । ଏହି ଚାଳ ଘରେ ଦୀର୍ଘ ଦିନ ହେବ ବାରିଣି ରାଉତ ଏବଂ ତାଙ୍କ ପତ୍ନୀ ଭଡା ରେ ରହି ଆସୁଥିଲେ । ତେବେ ଆଜି ଅପରାହ୍ନରେ ହଠାତ୍ ବଜ୍ରପାତ ରେ ଘରେ ନିଆ ଲାଗିଯାଇଥିଲା । ବଜ୍ରପାତ ସମୟରେ ଉକ୍ତ ଘର ବାରିଣି ଏବଂ ତାଙ୍କ ପତ୍ନୀ ଥିଲେ ହେଲେ ଏଥିରେ ସେମାନଙ୍କର କିଛି କ୍ଷତି ହୋଇ ନଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ସେଠାରେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲେ । ଫଳରେ ଘରଟି ନିଆଁ ଦାଉରୁ ବର୍ତି ଯାଇଥିଲା । ସେହିପରି ପାଟପୁର ଗ୍ରାମର ପ୍ରଶାନ୍ତ ପୃଷ୍ଟିଙ୍କ ଘରେ ବଜ୍ରପାତ ପଡି ବହୁ ମୁଲ୍ୟର ଇଲେକ୍ଟ୍ରି ତାର ଓ ଫ୍ୟାନ ପୋଡିଯାଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande