ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପାଳନ କରୁଛି ସେବା ପକ୍ଷ। ରାଜ୍ୟ ବିଜେପି ଶିଳ୍ପ ପ୍ରକୋଷ୍ଠ ତରଫରୁ ଶନିବାର ଲୋକାଲ ଫର୍ ଭୋକାଲ କର୍ମଶାଳା ଆୟୋଜିତ ହୋଇଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଅନେକ ଶିଳ୍ପ ଉଦ୍ୟୋଗୀଙ୍କ ସହ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ରହିଛି ଓଡ଼ିଶାକୁ ୧ ନମ୍ବର କରିବା ପାଇଁ। ଶିଳ୍ପ ପ୍ରକୋଷ୍ଠ ସେଥିପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଅନେକ ଉଦ୍ୟୋଗୀ ଶିଳ୍ପ ବିକାଶ ପାଇଁ ଭିନ୍ନ ଭିନ୍ନ ମତ ରଖିଥିଲେ। ସେ ସବୁକୁ ଗ୍ରହଣ କରିବାକୁ ସରକାର ମଧ୍ୟ ଚେଷ୍ଟା କରିବେ।
ଅନ୍ୟପକ୍ଷରେ ନୂଆପଡ଼ା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚର୍ଚ୍ଚା ନେଇ ରାଜ୍ୟ ସଭାପତି କହିଛନ୍ତି କିଏ ପ୍ରାର୍ଥୀ ହେବ ପାର୍ଟି ନିଷ୍ପତି ନେବ। ପାର୍ଲାମେଂଟ ପାର୍ଟିର ନିଷ୍ପତି ଚୂଡାନ୍ତ ନିଷ୍ପତି ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା