ବଲାଙ୍ଗୀର, ୨୦ ସେପ୍ଟେମ୍ବର(ହି.ସ.) – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଶିଶୁ ବାଟିକା ପ୍ରମୁଖା ବବିତା ମହାଣା। ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସରସ୍ୱତୀ ନନ୍ଦ ଯୋଗଦେଇ ଶିଶୁ ଶିକ୍ଷାରେ ମାଆଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । ମାଆ ମାନଙ୍କର ଗୀତାଭିନୟ ମଧ୍ୟ ପରିବେଷଣ କରାଯାଇଥିଲା। ପରିଶେଷରେ ବିଦ୍ୟା ମନ୍ଦିର ପ୍ରମୁଖ ପ୍ରେମାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା ସମିତିର ସଦସ୍ୟା ଭାଗ୍ୟବତୀ ଘିବେଲା, ସୁବର୍ଣ୍ଣ ପୁଟାଙ୍କ ସମେତ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ