ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.) - ସାର ପ୍ରସଙ୍ଗକୁ ନେଇ ଶନିବାର ମଧ୍ୟ ବିଧାନସଭା ଗୃହ ଚାଲିପାରିନାହିଁ। ରାଜ୍ୟରେ ଦେଖାଯାଇଥିବା ସାର ସମସ୍ୟାକୁ କେନ୍ଦ୍ର କରି ବିଜୁ ଜନତା ଦଳର ବିଧାୟକମାନେ ଗୃହରେ ନାରାବାଜି କରିଛନ୍ତି। ଆଲୋଚନା ସୁରୁଖୁରୁରେ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ହୋଇପାରି ନାହିଁ। ଅନ୍ୟପକ୍ଷରେ ସାର ଅଭାବ ପ୍ରସଙ୍ଗରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ମୁଖ୍ୟ ବିରୋଧୀ ଦଳ ରାଜଭବନ ଯାଇଛି।
ଶନିବାର ଦିନ ଗୃହ କାର୍ଯ୍ୟର ଦ୍ୱିତୀୟାର୍ଦ୍ଧରେ ଆରମ୍ଭରୁ ବିଜେଡିର ବିଧାୟକମାନେ ନାରାବାଜି କରିଛନ୍ତି। ସାର ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ପୋଷ୍ଟର ଦେଖାଇ ନାରାବାଜି କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀ ହାଉସ ଅର୍ଡର ରଖିବାକୁ ବିଜେଡି ବିଧାୟକଙ୍କୁ ନିବେଦନ କରିଥିଲେ। ଗୃହରେ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ। କିନ୍ତୁ ବିଜେଡିର ବିଧାୟକମାନେ ମାନିବାକୁ ନାରାଜ ଥିଲେ। ଶେଷରେ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ସକାଳ ୧୦ଟା ଯାଏଁ ଗୃହ ମୁଲତବି ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା