ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)
-ଶ୍ରୀମନ୍ଦିରରେ
ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡଲାଇନ । ଭକ୍ତଙ୍କ ଶୃଙ୍ଖଳିତ
ଦର୍ଶନ ପାଇଁ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛନ୍ତି । ଧାଡ଼ି ଦର୍ଶନ
ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ
କରିବାକୁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯାଇଛି । ଏ ନେଇ ସବ କମିଟି ସେବକ ନିଯୋଗଙ୍କ ସହ
ଆଲୋଚନା କରିବେ । ଯେମିତି ଶ୍ରୀଜିଉଙ୍କ ନୀତିକାନ୍ତି ପ୍ରଭାବିତ ହେବନି ସେହି ଅନୁସାରେ ନାଟ
ମଣ୍ଡପରେ ଧାଡ଼ି ଦର୍ଶନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ । ଏହି ମାର୍ଗଦର୍ଶିକା ଆଧାରରେ
ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛି କମିଟି ।
ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି
ଆଇନ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା