ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଥାନା
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.) - ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଥାନା। ସେହି ବର୍ଗର ଥିବା ମାମଲା ସମୟସୀମା ମଧ୍ୟରେ ଏବଂ ଦକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଏପରି ମାମଲାଗୁଡ଼ିକର ମୁକାବିଲା ପାଇଁ ସ୍ୱତନ୍ତ୍ର ପୋଲିସ ଷ୍ଟେସନ୍ ସ୍ଥାପନ
ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଥାନା


ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.) - ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ଥାନା। ସେହି ବର୍ଗର ଥିବା ମାମଲା ସମୟସୀମା ମଧ୍ୟରେ ଏବଂ ଦକ୍ଷ ତଦନ୍ତ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସାରା ରାଜ୍ୟରେ ଏପରି ମାମଲାଗୁଡ଼ିକର ମୁକାବିଲା ପାଇଁ ସ୍ୱତନ୍ତ୍ର ପୋଲିସ ଷ୍ଟେସନ୍ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି।

ଏଡିଜି ମାନବାଧିକାର ସୁରକ୍ଷା ସେଲ୍ (ଏଚଆପିସି) ଗତ ମାସରେ ଅନୁସୂଚିତ ଜାତି ଏବଂ ଜନଜାତି ଆଇନ ଅନୁଯାୟୀ ପଞ୍ଜିକୃତ ମାମଲାଗୁଡ଼ିକର ତଦନ୍ତ ପାଇଁ ୨୩ଟି ନୂତନ 'ଅନୁସୂଚିତ ଜାତି ଓ ଜନଜାତି' ପୋଲିସ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲେ। ନିଷ୍ପତିକୁ କାର୍ଯ୍ୟକାରି କରିବାକୁ ଗୃହ ବିଭାଗ ଡିଜିପିଙ୍କୁ ଏହି ସମ୍ପର୍କରେ ଅଧିକ ପଦକ୍ଷେପ ନେବା ମତାମତ ମାଗିଛି।

ସୂଚନା ଅନୁଯାଇ ରାଜ୍ୟରେ ୨୦୨୨ ରୁ ୨୦୨୪ ମଧ୍ୟରେ ଏସସି ଏବଂ ଏସଟି ଆଇନ ଅଧୀନରେ ପ୍ରାୟ ୧୦,୩୪୯ଟି ମାମଲା ପଞ୍ଜିକୃତ ହୋଇଛି। ଯାଜପୁର, କଟକ (ଗ୍ରାମାଂଚଳ), କେନ୍ଦ୍ରାପଡ଼ା, ବଲାଙ୍ଗୀର, ଭଦ୍ରକ, ଜଗତସିଂପୁର, ଗଞ୍ଜାମ, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ, ଭୁବନେଶ୍ୱର ୟୁପିଡି, ବରଗଡ଼, କେଉଁଝର, କଳାହାଣ୍ଡି ଏବଂ ବାଲେଶ୍ୱର ପୋଲିସ ଜିଲ୍ଲା ଗତ ତିନି ବର୍ଷରେ ନିରନ୍ତର ୧୦୦ରୁ ଅଧିକ ମାମଲା ପଞ୍ଜିକୃତ କରିଛି। ନିକଟରେ ଏସଟିଏସସି ମାମଲା ଗୁଡିକର ତଦନ୍ତ ପାଇଁ ଆଇଆଇସି ରାଙ୍କର ଅଧିକାରୀଙ୍କୁ କ୍ଷମତା ଦେଇଛନ୍ତି ସରକାର। ପୂର୍ବରୁ କେବଳ ଏସପି ଏବଂ ଡିଏସପି ରାଙ୍କର ଅଧିକାରୀ ତଦନ୍ତ କରୁଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande