ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱରରେ
ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର । ପ୍ରତ୍ୟେକ ଜିଲ୍ଲାରେ ସୁଭଦ୍ରା ଶକ୍ତି ବଜାର ବି
ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ
ଉତ୍ପାଦଗୁଡ଼ିକୁ ବଜାରୀକରଣ କରିବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ
ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର 'ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନା କେବଳ
ଗ୍ରାମାଞ୍ଚଳରେ ସୀମିତ, ତେଣୁ 'ରାଉରକେଲା' ସହରାଞ୍ଚଳରେ କୌଣସି ଲଖପତି ଦିଦି ଚିହ୍ନଟ ହୋଇନାହିଁ ବୋଲି ବିଧାନସଭାରେ ଉତର ରଖିଛନ୍ତି ଉପ
ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟକ ଗୋଷ୍ଠୀକୁ
ମୋଟ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା