ଭୁବନେଶ୍ୱର,୨୦ ସେପ୍ଟେମ୍ବର (ହି.ସ.) - ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଆୟୋଜିତ ହୋଇଯାଇଛି । କଟକ, ସମ୍ବଲପୁର ଓ ଖୋର୍ଦ୍ଧାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟରେ ମନୋନୀତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ରାଜ୍ୟ ପଞ୍ଚାୟତିରାଜ ବିଭାଗର ମାଷ୍ଟର ଟ୍ରେନରମାନଙ୍କ ଦ୍ୱାରା ଏହି ପ୍ରଶିକ୍ଷଣକୁ ପରିଚାଳନା କରାଯାଇଥିଲା । ଓଡ଼ିଶାର ବିଭିନ୍ନ ବ୍ଲକରୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ଆଦର୍ଶ ଯୁବ ଗ୍ରାମସଭା କାର୍ଯ୍ୟକଳାପ ପରିଚାଳନା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି ।
ଗ୍ରାମସଭାର ପ୍ରକ୍ରିୟା ଓ ଗୁରୁତ୍ୱକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ । ଶିକ୍ଷକମାନେ ଏହି ପ୍ରଶିକ୍ଷଣକୁ ଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନେତୃତ୍ୱ ଗୁଣାବଳୀକୁ ବିକଶିତ କରିବେ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସଚେତନତା ବୃଦ୍ଧି କରିବା ଏବଂ ସ୍ୱାୟତ୍ତଶାସନ ଅଂଶଗ୍ରହଣକୁ ଉତ୍ସାହିତ କରିବା, ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଏକ ଦାୟିତ୍ୱବାନ ନାଗରିକ ହେବାରେ ସାହାଯ୍ୟ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା