ସୁବର୍ଣ୍ଣପୁର, ୨୦ ସେପ୍ଟେମ୍ବର(ହି.ସ.) – ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଟୁନିଆମୁଣ୍ଡା ଗ୍ରାମରେ ଗତକାଲି ଏକ ବୃଦ୍ଧାଙ୍କୁ କବାଟରେ ଠେଲି ହତ୍ୟା କରାଯାଇଥିବା ଘଟଣା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଦୁଇ ଯୁଆଡ଼ି ପରିବାର ମଧ୍ୟରେ ଆଗରୁ ଜମିବାଡିକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। ଗତକାଲି ଏକ କୁକୁଡ଼ା ସାବିତ୍ରୀ ଯୁଆଡ଼ିଙ୍କ ବାଡିକୁ ଚାଲିଆସିଥିଲେ। ଏହି ସମୟରେ ଦାନ୍ତକାଠି କରୁଥିବା ସାବିତ୍ରୀ କୁକୁଡାକୁ ଘଉଡ଼ାଇ ଦେଇଥିଲେ। ଏହାକୁ ନେଇ ଗେଡି ଜୁଆଡିଙ୍କ ପରିବାରର ସଦସ୍ୟମାନେ ସାହିତ୍ରୀ ଘରକୁ ଚାଲି ଆସି ଗାଳି ଗୁଲଜ କରିଥିଲେ। ଝଗଡାକୁ ବନ୍ଦ କରିବାକୁ ଯାଇ ସାବିତ୍ରୀ କବାଟକୁ ବନ୍ଦ କରିଦେଇଥିଲେ। ଏହି ସମୟରେ ଗେଡି ଜୁଆଳି(୮୦) ତାଙ୍କ ପୁଅ ପ୍ରହଲ୍ଲାଦ ଜୁଆଳି(୪୫) କବାଟକୁ ଠେଲି ଦେଇଥିଲେ। କବାଟ ପଛରେ ଥିବା ସାବିତ୍ରୀ ଜୁଆଳି(୭୫) ତଳେ ପଡିଯାଇଥିଲେ। ସେ ସଂଜ୍ଞାହୀନ ହେବାରୁ ପରିବାର ଲୋକେ ଡୁଙ୍ଗୁରିପାଲି ଡାକ୍ତରଖାନା ଆଣି ଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିପାଇଁ ମୃତ ସାବିତ୍ରୀର ପୁଅ ନିର୍ମଳ ସୁଆତି ଗେଡି ଯୁଆଡ଼ି, ତାଙ୍କ ପୁଅ ପ୍ରହଲ୍ଲାଦ ଯୁଆଡ଼ି ଏବଂ ପରିବାରର ଅନ୍ୟମାନଙ୍କ ନାମରେ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଥାନା ଅଧିକାରୀ ରୋଜାଲିନ ପଟେଲ ୧୬୭/ ୨୦୨୫ରେ ଏକ ମାମଲା ରଜୁ କରି ତଦନ୍ତ ଜାରି ରଖୁଥିଲେ। ଉଭୟ ବାପପୁଅ ଗେଡି ଏବଂ ପ୍ରହଲ୍ଲାଦକୁ ଥାନାରେ ଗତକାଲିଠାରୁ ଅଟକ ରଖୁଥିଲେ। ଶବ ଜବତ କରି ଆଜି ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଥୁବା ବେଳେ ଉଭୟ ବାପପୁଅକୁ ଆଜି ଡୁଙ୍ଗୁରିପାଲି ଗ୍ରାମନ୍ୟାୟାଳୟକୁ ପଠାଇଥିଲେ। କାମିନ ନାମଞ୍ଜୁର ହେବାରୁ ବିଚାର ବିରଗୀୟ କୋର୍ଟକୁ ପଠାଇ ଦିଆଯାଇଛି। ଆଗରୁ ଜମି ବାଢିକୁ ନେଇ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ଠିକ୍ ନଥିବା ଜଣାଯାଏ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ