ଭଦ୍ରକ, ୨୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଧାମନଗର ବାସନ୍ତୀ ଦୂର୍ଗା ଗେଟ ସ୍ଥିତ କାବୁଲି ଚା ଦୋକାନ ପରିସର ରେ ବିଶ୍ୱ ଚା ଦିବସ ରବିବାର ସନ୍ଧ୍ୟା ରେ ପାଳିତ ହୋଇ ଯାଇଚି।ପରିଷଦ ର ମୁଖ୍ୟ ଉପଦେଷ୍ଟା ରସାନନ୍ଦ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅଧ୍ୟାପକ ଚିତ ରଂଜନ ଦାଶ,ଡାକ୍ତର ଦୀପକ କୁମାର ନାୟକ, ଏବିଇଓ ହେମେନ୍ଦ୍ର ନାଥ ମହାନ୍ତି ଓ ମନୋଜ କୁମାର ଜେନା,ବରିଷ୍ଟ ନାଗରିକ ପରିଷଦର ସମ୍ପାଦକ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା,ପୂର୍ବତନ ସିଆରସିସି ନିରାକାର ଧଳ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁରଥ ସେଠୀ,ସମାଜସେବୀ ମାନଗୋବିନ୍ଦ ମଲିକ, ସେକ ହଲିମି,ସେକ ମୁକ୍ତାରଅଲୀ, ଏମ ଡି ଜୋନେଦ ଅହମଦ, ରାଜକିଶ୍ୱର ଲେଙ୍କା, ସୈଳେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଶ୍ୱ ଚା ଦିବସ ଉପରେ ଆଲୋଚନା କରିଥିଲେ ।ଚାହା ଖଟି ରେ ଅନେକ କଥା ମନକୁ ଆସେ ସେଥିରେ କିଏ ଭଲ କଥା କୁ ଗ୍ରହଣ କରେ ଆଉ କିଏ ଖରାପ କଥାକୁ ବି ଗ୍ରହଣ କରିନିଏ। ଏହି ଚାହା ଖଟି ରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ମୁଣ୍ଡରେ ପଶିଥାଏ ବୋଲି ମଧ୍ୟ ଆଲୋଚନା ହୋଇଥିଲା। ପରେ ଫିକା ଚା ମିଠା କଥା ପର୍ଯ୍ୟାୟ ରେ ଚା କୁ ନେଇ କବିତାପାଠ କରାଯାଇ ଥିଲା।ପରିଷଦ ର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ବିଶ୍ୱ ଚା ଦିବସ ରେ ଉଦ୍ଦେଶ୍ୟ ପ୍ରଦାନ କରିଥିଲେ।ପରିଷଦ ର କାର୍ଯ୍ୟ କର୍ତା ସାମ୍ବାଦିକ ସନ୍ତୋଷ ମହାପାତ୍ର ,ସଂଜିବ ମହାନ୍ତି,ସେକ ହମିଦ, ବିଶ୍ୱଜିତି ପଲାଇ, ଶିଶିର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଉପଦେଷ୍ଟା ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଚା ପିଆ ପର୍ବରେ ସମସ୍ତେ ସାମିଲ ହୋଇ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ