ବଲାଙ୍ଗିର , 22 ସେପ୍ଟେମ୍ବର (ହି.ସ.)
ବ୍ଲବଲଙ୍ଗିର୍-ସୋନପୁର ଏନଏଚ ୫୭ର ରଣ୍ଡା ଗ୍ରାମ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ପିକଅପ ଭ୍ୟାନର ଧକ୍କାରେ କୁଲେରବାହାଲି ଗ୍ରାମର ଯୁବକ ଜଗଦୀଶ ମଟାରିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ପିକଅପ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ପୁଇଁତଳା ପୋଲିସ ni ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଥିବା ବେଳେ ତହସିଲଦାର ମଧ୍ୟ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ