କେନ୍ଦୁଝର, 22 ସେପ୍ଟେମ୍ବର (ହି.ସ.)
ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାଟ ହରିଚନ୍ଦନପୁର ଛକ ନିକଟରେ ଦୁର୍ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ହୋଇଯାଇଛି। ସେ ହେଲେ ଭକ୍ତ ବାଟ ହରିଚନ୍ଦନପୁର ଗ୍ରାମର ଲମ୍ବୋଧର ବେହେର (୬୦)। ଆଜି ସେ ଘଟଗାଁ ଡାକ୍ତରଖାନାକୁ ନିଜର ଶାରୀରିକ ଅସୁସ୍ଥତା କାରଣରୁ ଯାଇଥୂଳେ ଥୂଲେ । ତେବେ ବସରୁ ଓଲ୍ଲାଇ ରାସ୍ତାରୁ ଗୋଟିଏ ଟିଏ ପାଖରୁ ଅନ୍ୟପଟକୁ ଯିବା ସମୟରେ ଏକ ଦ୍ରୁତଗାମୀ ବାଇକ୍ ତାଙ୍କୁ ଶକୁ ଧକ୍କା ଦେଇଥୂଲା। ତାଙ୍କୁ ଙ୍କୁ ଘଟଗାଁ ଡାକ୍ତରଖାନାକୁ ନେଲାବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ବାଇକ୍ ଚାଳକ ଆନନ୍ଦପୁର ଆଡୁ କେନ୍ଦୁଝର ଯାଉଥିଲେ। ବାଇକ୍ ଜବତ୍ ହୋଇଛି, ବାଇକ୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA