ମା' କୁଶଙ୍ଗାଇ ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ବେଶ
ବଲାଙ୍ଗୀର, ୨୧ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା'' କୁଶଙ୍ଗାଇ ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନଦେଇଛନ୍ତି। ଏହି ପୀଠରେ ମୂଳାଷ୍ଟମୀ ଠାରୁ ଖଣ୍ଡା ବସା ପର୍ବ ଆରମ୍ଭ ହୋଇ ଷୋହଳ ପୂଜା ମହାଷ୍ଟମୀ ତିଥି ପର୍ଯନ୍ତ ଚାଲିବ
ମା' କୁଶଙ୍ଗାଇ ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ବେଶ


ମା' କୁଶଙ୍ଗାଇ ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ବେଶ


ମା' କୁଶଙ୍ଗାଇ ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ବେଶ


ବଲାଙ୍ଗୀର, ୨୧ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' କୁଶଙ୍ଗାଇ ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନଦେଇଛନ୍ତି। ଏହି ପୀଠରେ ମୂଳାଷ୍ଟମୀ ଠାରୁ ଖଣ୍ଡା ବସା ପର୍ବ ଆରମ୍ଭ ହୋଇ ଷୋହଳ ପୂଜା ମହାଷ୍ଟମୀ ତିଥି ପର୍ଯନ୍ତ ଚାଲିବ।ନବରାତ୍ର ସମୟରେ ମା' କୁଶଙ୍ଗାଇ ନବଦୁର୍ଗାଙ୍କ ବିଭିନ୍ନ ବେଶରେ ଦର୍ଶନ ଦେବେ। ପ୍ରତ୍ୟହ ଷୋଡଶଉପଚାରରେ ମା'ଙ୍କୁ ପୂଜା ଟ୍ଟନା କରିଥାନ୍ତି ପୂଜକ। ନିଷ୍ଠାରସହ ସେବାୟତମାନେ ଷୋହଳ ପୂଜା ସମୟରେ ସେବାପୂଜା କରିଥାନ୍ତି। ମା'ଙ୍କୁ ମଧ୍ୟ।ହ୍ନ ଏବଂ ରାତିରେ ଦୁଇ ବେଳା କେବଳ ସାତ୍ୱିକ ଭୋଗ ଅର୍ପଣକରାଯାଇଥାଏ। ପ୍ରକାଶ ଥାଉକି ଏହି ପୀଠରେ ବଳିପ୍ରଥା ଦୀର୍ଘ ୬୦ ବର୍ଷ ହେବ ବନ୍ଦ କରାଯାଇଛି। କୁଶଙ୍ଗାଇ ଦେବୀ ଦଶଭୁଜା ମହିଷ ମର୍ଦ୍ଦିନୀ ଦୁର୍ଗା ରୂପରେ ବିରାଜିତା। ତେଣୁ ଆଦିଶକ୍ତି ମା' ପରମ ବୈଷ୍ଣବୀ ଭାବରେଏହି ପ୍ରସିଦ୍ଧ ପୀଠରେ ପୂଜିତା। ଭକ୍ତମାନଙ୍କର ପ୍ରଗାଢ ଭକ୍ତି ଓ ବିଶ୍ୱାସ ରହିଛି ମା'କୁଶଙ୍ଗାଇ ଦେବୀଙ୍କ ପ୍ରତି। ମହାଷ୍ଟମୀ ତିଥିରାତିରେ ବରୁଆ(ପୂଜକ) ଦେହରେ ମା' ଆବିର୍ଭାବ ହୁଅନ୍ତି ଏବଂ ମନ୍ଦିର ପରିସରରେ ଭକ୍ତମାନଙ୍କୁ ଆଶିର୍ବାଦ ଦେଇଥାନ୍ତି।ଏହି ବଏଲ ଯାତ୍ରା ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମା'ଙ୍କ ପୀଠକୁ ଆସିଥାନ୍ତି। ମା' କୁଶଙ୍ଗାଇ ଆଦ୍‌ଯାଶକ୍ତି ମହିମାମୟୀ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande