ଦୁର୍ଗା ମନ୍ଦିରରେ ମହାଳୟାରେ ମାଙ୍କ ଧବଳମୁଖୀ ବେଶ
ବଲାଙ୍ଗୀର, ୨୧ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ନୂଆବନ୍ଦ ଆଡିରେ ଥିବା ଦୁର୍ଗା ମନ୍ଦିରରେ ଆଜି ମହାଳୟା ରେ ମାଙ୍କ ଧବଳ ମୁଖୀ ବେଶରେ ମା ଦର୍ଶନ ଦେଇଛନ୍ତି। ଆଜି ମା ଙ୍କ ଦର୍ଶନ ପାଇଁ ସକାଳ ପ୍ରହରୁ ଭକ୍ତଙ୍କ ପ୍ରବଳ ଗହଳି ହୋଇଚି। ଆଜି ଏହି ଉପଲକ୍ଷେ ବିଶେଷ ପୂଜା ଅନୁଷ୍ଠିତ ହୋଯାଇଅଛି। ଆଜି ମହାଳୟା ଥି
ଦୁର୍ଗା ମନ୍ଦିର ରେ ମହାଳୟା ରେ ମା ଙ୍କ ଧବଳ ମୁଖୀ ବେଶ


ବଲାଙ୍ଗୀର, ୨୧ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ନୂଆବନ୍ଦ ଆଡିରେ ଥିବା ଦୁର୍ଗା ମନ୍ଦିରରେ ଆଜି ମହାଳୟା ରେ ମାଙ୍କ ଧବଳ ମୁଖୀ ବେଶରେ ମା ଦର୍ଶନ ଦେଇଛନ୍ତି। ଆଜି ମା ଙ୍କ ଦର୍ଶନ ପାଇଁ ସକାଳ ପ୍ରହରୁ ଭକ୍ତଙ୍କ ପ୍ରବଳ ଗହଳି ହୋଇଚି। ଆଜି ଏହି ଉପଲକ୍ଷେ ବିଶେଷ ପୂଜା ଅନୁଷ୍ଠିତ ହୋଯାଇଅଛି। ଆଜି ମହାଳୟା ଥିବାରୁ ବିଶେଷ ପୂଜାର୍ଚନା କରାଯିବା ସହ ଧବଳମୁଖୀ ବେଶ କରାଯାଇଛି। ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ଗଙ୍ଗା, ଗୟାରେ ସ୍ନାନ କରିବାର ନୀତି ନିୟମ ରହିଛି। ତେବେ ଯେଉଁମାନେ ଗଙ୍ଗା, ଗୟା ଯାଇପାରି ନାହାନ୍ତି, ସେମାନେ ପିତୃପୁରୁଷ ପିଣ୍ଡଦାନ ପରେ ମାଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି ଓ ମାଙ୍କୁ ଦର୍ଶନ ମାତ୍ରକେ ସମାନ ଫଳ ମିଳିବା ବିଶ୍ୱାସ ରହିଛି। ଶାରଦୀୟ ନବଡିନାତ୍ମକ ବିଶେଷ ପୂଜା ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଚଣ୍ଡୀ ପାଠ ଓ ଯଜ୍ଞା ନୁଷ୍ଟନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande