ବୌଦ୍ଧ, 21 ସେପ୍ଟେମ୍ବର (ହି.ସ.) ବୌଦ୍ଧ ଜିଲା ପୁରୁଣାକଟକ ଥାନା ଜିଆଁକଟା ଠାରେ ଏକ ବେଆଇନ ବାଣ ଗୋଦାମରେ ବିସ୍ପାରଣ ଘଟିଛି l ବାଣ ଗୋଦାମ ବିସ୍ପାରଣ ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି l ଅନ୍ୟପକ୍ଷରେ ଗୋଦାମ ମାଲିକ ଫେରାର ହୋଇଯାଇଥିବା ବେଳେ ମାଲିକର ଅନ୍ୟ ୨ଟି ବେଆଇନ ବାଣ ଗୋଦାମକୁ ପ୍ରଶାସନ ପକ୍ଷରୁ ଜବତ କରାଯାଇ ସିଲ କରାଯାଇଛି l ଏକ ଛୋଟିଆ ଅଂଚଳରେ ଏପରି ବହୁଳ ପରିମାଣର ବାଣ ମହଜୁଦ ରଖାଯାଇ ବ୍ୟବସାୟ କରାଯାଉଥିବା ବେଳେ ପୋଲିସ , ପ୍ରଶାସନ ଓ ଅଗ୍ନିଶମ ଅଧିକାରୀଙ୍କୁ କିପରି କୌଣସି ଖବର ମିଳିନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଅନ୍ୟପକ୍ଷରେ ଯଦି ଅଧିକାରୀଙ୍କ ଜାଣତରେ ସବୁ ବେଆଇନ କାର୍ଯ୍ୟ ହେଉଥିଲା ତେବେ ସେନେଇ ତଦନ୍ତ କରାଯିବାର ଆବଶ୍ୟକତା ରହିଛି l ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗ୍ରାମ ଠାରେ ଏକ ବାଣ ଗୋଦାମରେ ବିସ୍ପାରଣ ଘଟିଛି l ମୃତ ବ୍ୟକ୍ତି ଜଣକ ହେଲେ ଲକ୍ଷ୍ମୀଧର ବେହେରା l ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି l ଗୁରୁତର ଆହତ ବ୍ୟକ୍ତିମାନେ ହେଲେ ଶ୍ରିମନ୍ତ ବାଘ୍ , ଅନନ୍ତ୍ ବେହେରା, ଶାନ୍ତି ଵାଘ, ମୋହନ ବେହେରା, କୁମୁଦିନୀ ବେହେରା, ଅମର ବେହେରା, ଖଗେଶ୍ବର ବେହେରା, ପ୍ରବାସୀ ବେହେରା , ଚନ୍ଦ୍ରିକା ବେହେରା, ରେଖା ବେହେରା , ଭଗବାନ ବେହେରା , ଦେବେନ୍ଦ୍ର ବେହେରା l ଏହି ବିସ୍ଫୋରଣରେ ୧୫ ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି l ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ସ୍ବେଛାସେବୀ ମାନେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ l ଆହତ ମାନଙ୍କୁ ପ୍ରଥମେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ୭ ଜଣ ଗୁରୁତର ଆହତଙ୍କୁ ବୌଦ୍ଧ ଜିଲା ଡାକ୍ତରଖାନା ଓ ପରେ ବୁର୍ଲା ମେଡିକାଲ କଲେଜ କୁ, ଏହାସହ ୨ ଜଣକୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାଂତର କରାଯାଇଛି l ଘଟଣାସ୍ଥଳରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ l ଅନ୍ୟପଟେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଅନେକ ସମୟ ଧରି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ l ପୋଲିସ ଘଟଣାକୁ ଅତି ଗୁରୁତର ଭାବେ ଗ୍ରହଣ କରି ସ୍ୱତନ୍ତ୍ର ଟିମ ମାନ ଗଠନ କରି ତଦନ୍ତ ଚଳାଇଛନ୍ତି l ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟି ଙ୍କ ଘରେ ବୋୖଦ୍ଧ ପୋଲିସ ର ରେଡ଼ । ଦୁଇଟି ଜାଗାରେ କରାଯାଇଛି ରେଡ଼ । ଆଲୋକ ଙ୍କ ପୁରୁଣାକଟକ ବେଙ୍କ କଲୋନୀ ବାସଭବନ ସହ ରୁଗୁଡିପାଲି ତାଙ୍କ ଭଉଣୀ ଘରେ ମଧ୍ୟ କରାଯାଇଛି ରେଡ଼ । ରେଡ଼ ରେ ବିପୁଳ ପରିମାଣର ବେଆଇନ ବାଣ ମହଜୁଦ ରଖାଯାଇଥିବା ସୂଚନା ମିଳିଛି । ଜିଆଁକଟା ଗ୍ରାମର ମାଗି ପ୍ରଧାନ ଙ୍କ ଘର କୁ ଭଡା ନେଇ ଆଲୋକଦତ୍ତ କାଣ୍ଟି କରିଥିଲେ ବାଣଗୋଦାମ । ସେଠାରେ ବାଣ ମହଜୁଦ ଥିଲା ନା, ବିପୁଳ ପରିମାଣରେ ବାରୂଦ ରଖାଯାଇଥିଲା , ବିସ୍ଫୋରଣର କାରଣ କଣ , ମାଓବାଦୀ ଅଂଚଳ ହୋଇଥିବାରୁ ମାଓ ସମ୍ପୃକ୍ତିକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି l ବୌଦ୍ଧ ସହରରେ ପୂର୍ବରୁ ୨ ଥର ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବାରୁ , ଏକ ସ୍ୱତନ୍ତ୍ର ପଡିଆରେ ବାଣ ବିକ୍ରୟ ପାଇଁ ଅନୁମତି ଦିଆଯାଉଛି l ତେବେ ଏକ ଛୋଟିଆ ଅଂଚଳରେ ଏପରି ବହୁଳ ପରିମାଣର ବାଣ ମହଜୁଦ ରଖାଯାଇ ବ୍ୟବସାୟ କରାଯାଉଥିବା ବେଳେ ପୋଲିସ , ପ୍ରଶାସନ ଓ ଅଗ୍ନିଶମ ଅଧିକାରୀଙ୍କୁ କୌଣସି ଖବର ମିଳିନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଇତିମଧ୍ୟରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ସମତେ ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ଘଟଣା ନେଇ ଉଦବେଗ ପ୍ରକାଶ କରିବା ସହ ମୃତ ଆହତଙ୍କ ପରିବାକୁ ସମବେଦନା ଜଣାଇଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ