ହିନ୍ଦୁ ଜାଗରଣ ମଂଚର ଜିଲ୍ଲା ପ୍ରଶିକ୍ଷଣ ବର୍ଗ
ଭଦ୍ରକ, ୨୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ରାଷ୍ଟ୍ରବାଦୀ ସାମାଜିକ ସଂଗଠନ ''ହିନ୍ଦୁ ଜାଗରଣ ମଂଚ'' ପକ୍ଷରୁ ରବିବାର ଦିନ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି । ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ଏକ ଦିବସବ୍ୟାପୀ ପ୍ରଶିକ
HINDU JAGARAN MANCHA


ଭଦ୍ରକ, ୨୧ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲାର ଅଗ୍ରଣୀ ରାଷ୍ଟ୍ରବାଦୀ ସାମାଜିକ ସଂଗଠନ 'ହିନ୍ଦୁ ଜାଗରଣ ମଂଚ' ପକ୍ଷରୁ ରବିବାର ଦିନ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ହୋଇଯାଇଛି । ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ଏହି ଏକ ଦିବସବ୍ୟାପୀ ପ୍ରଶିକ୍ଷଣ ଶିବିରରେ ପ୍ରଥମେ ଭାରତମାତାଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରାଯାଇଥିଲା। ସମସ୍ତ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ବିଶ୍ୱଶାନ୍ତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ମଂଚର କାର୍ଯ୍ୟକାରିଣୀ ସଦସ୍ୟ ଅଶ୍ୱିନୀ ନାୟକଙ୍କ ପରିଚାଳନାରେ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମୁଦାୟ ଚାରୋଟି ସତ୍ରରେ ଭିନ୍ନ ଭିନ୍ନ ବିଷୟରେ ସଦସ୍ୟମାନେ ପ୍ରଶିକ୍ଷିତ ହୋଇଥିଲେ । ଓଡ଼ିଶା ପୂର୍ବ ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତା ପ୍ରେମାନନ୍ଦ ବେହେରା ହିନ୍ଦୁ ଜାଗରଣ ମଂଚର ଆଭିମୁଖ୍ୟ ବିଷୟରେ ଉପସ୍ଥିତ ପ୍ରଶିକ୍ଷାର୍ôଥଙ୍କୁ ସମ୍ବୋଧିତ କରିଥିଲେ । ହିନ୍ଦୁ ଜାଗରଣ ମଂଚର ଓଡ଼ିଶା ପୂର୍ବପ୍ରାନ୍ତ ସଂଯୋଜକ ରଘୁନାଥ ବାରିକ ଆଗାମୀ କାର୍ଯ୍ୟପନ୍ଥା ତଥା ରାଷ୍ଟ୍ର ସୁରକ୍ଷା ସମ୍ପର୍କରେ ବିଶଦ ଭାବରେ ସମ୍ଭାଷଣ ପ୍ରଦାନ କରିଥିଲେ । ମଂଚ ପକ୍ଷରୁ ଓଡ଼ିଶା ପୂର୍ବ ପ୍ରାନ୍ତ ସମନ୍ୱୟ ପ୍ରମୁଖ ବିଭୁ ଚନ୍ଦନ ଜେନା ଭଦ୍ରକ ଜିଲ୍ଲାରେ ମଂଚର ବିଭିନ୍ନ ସମାଜମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ହିନ୍ଦୁ ଜାଗରଣ ମଂଚ ଓଡ଼ିଶା ପୂର୍ବ ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତା ଓ ହିନ୍ଦୁ ଜାଗରଣ ମଂଚର ପ୍ରାନ୍ତ ସହ ସଂଯୋଜକ ସଞ୍ଜୟ କୁମାର ଦାସ ତଥା ଲକ୍ଷ୍ମଣ ମୁଣ୍ଡା ଜିଲ୍ଲା ଓ ଖଣ୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟଧାରା ବିଷୟରେ ଅବଗତ କରିଥିଲେ । ସମାରୋପ ସତ୍ରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓଡ଼ିଶା ପ୍ରାନ୍ତର ବରିଷ୍ଠ କାର୍ଯ୍ୟକର୍ତା ରବି ନାରାୟଣ ପଣ୍ଡା ରାଷ୍ଟ୍ର ସୁରକ୍ଷାରେ ସ୍ୱୟଂ ସେବକଙ୍କ ଦାୟିତ୍ୱ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ବର୍ଗରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ପ୍ରଶିକ୍ଷାର୍ôଥ ତଥା କାର୍ଯ୍ୟକର୍ତା ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande