ଯୁବ ସମାଜସେବୀଙ୍କ ପ୍ରଚେଷ୍ଟାରେ ନିର୍ମାଣ ହେଲା ଯାତ୍ରୀ ବିଶ୍ରାମ ଗୃହ
ଭଦ୍ରକ, ୨୧ ସେପ୍ଟେମ୍ବର (ହି.ସ.) - ଜିଲା ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ୱେ ପଥଚାରୀଙ୍କ ସୁରକ୍ଷା ପାଇଁ ଏକ ଯାତ୍ରୀ ବିଶ୍ରାମ ଗୃହ ହେଲାନାହିଁ। ତେବେ ଏଭଳି କାର୍ଯ୍ୟକୁ ନିଜ ଉଦ୍ୟମରେ କରି ଦେଖାଇଛନ୍ତି ସ୍ଥାନୀୟ ଅଂଚଳର ଯୁବ ସମାଜସେବୀ ଦିଲ୍ଲୀପ ସ୍ୱାଇଁ। ତାଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବ
JUBA SAMAJSEBI JATRI BISHRAMA GRUHA


ଭଦ୍ରକ, ୨୧ ସେପ୍ଟେମ୍ବର (ହି.ସ.) - ଜିଲା ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ୱେ ପଥଚାରୀଙ୍କ ସୁରକ୍ଷା ପାଇଁ ଏକ ଯାତ୍ରୀ ବିଶ୍ରାମ ଗୃହ ହେଲାନାହିଁ। ତେବେ ଏଭଳି କାର୍ଯ୍ୟକୁ ନିଜ ଉଦ୍ୟମରେ କରି ଦେଖାଇଛନ୍ତି ସ୍ଥାନୀୟ ଅଂଚଳର ଯୁବ ସମାଜସେବୀ ଦିଲ୍ଲୀପ ସ୍ୱାଇଁ। ତାଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି। ନିଜ ଅଂଚଳରେ ଆଗରପଡା-ବରପଦାକୁ ସଂଯୋଗ କରୁଥିବା ଜାମ୍ବବଣୀ ଛକ ଠାରେ ଏହି ଯାତ୍ରୀ ବିଶ୍ରାମ ଗୃହକୁ ଆଜି ଶୁଭ ଉଦ୍‌ଘାଟନ କରି ଏକ ସୁନ୍ଦର ସମାଜ ଗଢିତୋଳିବା ପାଇଁ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ଯୁବ ନେତୃତ୍ୱ ଙ୍କ ସମେତ କାଉପୁର ଗ୍ରାମ ପଂଚାୟତ ର ସରପଂଚ ଙ୍କ ପ୍ରତିନିଧି କାଶୀପୁର ଗ୍ରା.ପ ର ବିଜେଡ଼ି ପଂଚାୟତ ସଭାପତି ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande