ଐତିହାସିକ ପାଟଣାଗଡ ବଏଲ ଯାତ୍ରା ପାଇଁ ମାଁ ପାଟଣେଶ୍ୱରୀ ମନ୍ଦିରରେ ଲାଗିଲା ନୂତନ ଘଣ୍ଟି
ବଲାଙ୍ଗିର, 21 ସେପ୍ଟେମ୍ବର (ହି.ସ.)ପାଟଣାଗଡ ଐତିହାସିକ ପୀଠ ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ ପୀଠରେ ରବିବାର ଦିନ ଅଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ମହାଳୟା ଦିନ ପ୍ରସିଦ୍ଧ ବଏଲ ଯାତ୍ରା ଓ ଦଶହରା ପର୍ବ ଲାଗି ପୀଠରେ ବଲାଙ୍ଗିରର ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର
ଐତିହାସିକ ପାଟଣାଗଡ ବଏଲ ଯାତ୍ରା ପାଇଁ ମାଁ ପାଟଣେଶ୍ୱରୀ ମନ୍ଦିରରେ ଲାଗିଲା ନୂତନ ଘଣ୍ଟି


ଐତିହାସିକ ପାଟଣାଗଡ ବଏଲ ଯାତ୍ରା ପାଇଁ ମାଁ ପାଟଣେଶ୍ୱରୀ ମନ୍ଦିରରେ ଲାଗିଲା ନୂତନ ଘଣ୍ଟି


ବଲାଙ୍ଗିର, 21 ସେପ୍ଟେମ୍ବର (ହି.ସ.)ପାଟଣାଗଡ ଐତିହାସିକ ପୀଠ ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିରର ମୁଖ୍ୟ ପୀଠରେ ରବିବାର ଦିନ ଅଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ମହାଳୟା ଦିନ ପ୍ରସିଦ୍ଧ ବଏଲ ଯାତ୍ରା ଓ ଦଶହରା ପର୍ବ ଲାଗି ପୀଠରେ ବଲାଙ୍ଗିରର ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିରର ମାଁ ପାଟଣେଶ୍ୱରୀ ପୀଠ ର ୧୫୦ ବର୍ଷ ପୁର୍ତ୍ତି ଅବସରରେ ପାଟଣାଗଡର ଦେବୋତ୍ତର ବିଭାଗ ତଥା ଉପଜିଲ୍ଲାପାଳ ସୁନିଲ କୁମାର ମେହେରଙ୍କୁ ବିରଳ ନୂତନ ଘଣ୍ଟି ହସ୍ତାନ୍ତର ପରେ ଦେବୋତ୍ତର ବିଭାଗର ମ୍ୟାନେଜର ଓ ତହସିଲଦାର ଙ୍କ ଉପସ୍ଥିତିରେ ପୀଠରେ ଲାଗିଲା ନୂତନ ଘଣ୍ଟି । ପୂଜାର୍ଚ୍ଚନା, ଘଣ୍ଟବାଦ୍ୟ ସହ ପାଟଣେଶ୍ୱରୀ ଦେବୀଙ୍କ ଢୋଳ, ନିଶାନ, ତାସାରେ ବାଦ୍ୟରେ ପୀଠରେ ଲଗାଗଲା ନୂତନ ଘଣ୍ଟି । ଏହି ଅବସରରେ ପୂଜକ ରାଙ୍ଗବେନ୍ଦ୍ର ସିଂହଦେଓ, ଧର୍ମରାଜ ସିଂଦେଓ, ଜଳନ୍ତ ସିଂଦେଓ, ଭଗବାନ ସିଂଦେଓ, ପୃଥ୍ୱୀରାଜ ସିଂଦେଓ ପୂଜାର୍ଚ୍ଚନା କରି ମାଁ ଙ୍କୁ ଗୁହାରି କରିଥିଲେ ଓ ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ଉପ-ସଭାପତି ପ୍ରଶାନ୍ତ ମହାକୁର, ପାଟଣାଗଡର ଆଇନଜିବ ରାଣା ପ୍ରଧାନ, ଜୟରାମ ମିଶ୍ର, ଅରୁଣ କୁମାର ମିଶ୍ର, ସୁରେନ୍ଦ୍ର ନେଗୀ, ଶମ୍ଭୁ ଶତପଥୀ, ଭବାନୀ ଭୋଇ,ବିଘ୍ନରାଜ ଧଳ, ଅଚ୍ୟୁତ ସ୍ୱାଇ, ବିନୁ ଦେବ, ରୋହିତ ମେହେର ଉପସ୍ଥିତ ଥିଲେ, ପାଟଣେଶ୍ୱରୀ ସେନା ଓ ପାଟଣାଗଡର ବିଭିନ୍ନ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande