ପବିତ୍ର ମହାଳୟା ଅମାବାସ୍ୟାରେ ସାମୁହିକ ତିଳ ତର୍ପଣ
ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ଆଜି ପ୍ରତ୍ୟୁଷରୁ ପିତୃ ପୁରୁଷଙ୍କ ଶାନ୍ତି ଏବଂ ତୃପ୍ତି ପାଇଁ ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ସମ୍ପୂର୍ଣ ବୈଦିକ ରୀତି ରେ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଶତାଧିକ ଶ୍ରଦ୍ଧା
ପବିତ୍ର ମହାଳୟା ଅମାବାସ୍ୟାରେ ସାମୁହିକ ତିଳ ତର୍ପଣ


ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ଆଜି ପ୍ରତ୍ୟୁଷରୁ ପିତୃ ପୁରୁଷଙ୍କ ଶାନ୍ତି ଏବଂ ତୃପ୍ତି ପାଇଁ ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସାମୁହିକ ତିଳ ତର୍ପଣ କାର୍ଯ୍ୟକ୍ରମ ସମ୍ପୂର୍ଣ ବୈଦିକ ରୀତି ରେ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ନିଜ଼ ପିତୃ, ମାତୃକୁଳ ତଥା ଆତ୍ମୀୟ ବନ୍ଧୁ ପରି ଜନଙ୍କ ଦିବଙ୍ଗତ ପବିତ୍ର ଆତ୍ମାଙ୍କୁ ତିଳ, ଜବ ଧାନ, କୁଶ, ଏବଂ ଶ୍ୱେତ ପୁଷ୍ପ ଯୁକ୍ତ ଚିତ୍ରୋତ୍ପଳାର ଜଳ ଅର୍ପଣ କରି ସେମାନଙ୍କର ମୋକ୍ଷ ଓ ଆଶୀର୍ବାଦ ଭିକ୍ଷା କରିଥିଲେ କ୍ଷ, ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜର ମୁଖ୍ୟ ସଂଯୋଜକ ବେଣୁଧର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୋଧରକ୍ଷମ ଦାଶ ଓ ସୌରଭ ରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ । ମହାନଦୀ କୁଳ ମାରୱାଡି ପଡା ଘାଟରେ ଅନୁଷ୍ଠିତ ଏହି ବୈଦିକ କାର୍ଯ୍ୟକ୍ରମରେ ପଣ୍ଡିତ ମହାସଭାର ସଭାପତି ରବି ନାରୟଣ ପଣ୍ଡା, ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର, ପଣ୍ଡିତ କାଳିଦାସ ପଣ୍ଡା ପୌରହିତ୍ୟ କରିଥିଲେ କ୍ଷ ସାମ୍ବାଦିକ ସୁବାଷ ପାଣିଗ୍ରାହୀ, ସାମ୍ବାଦିକ ଦାଶରଥୀ ବେହେରା ଓ ବୀରେନ୍ଦ୍ର ପାଣିଗ୍ରାହୀ, ଶିକ୍ଷାବିତ ରଘୁନାଥ ମିଶ୍ର ସାହିତ୍ୟିକ ଇଶ୍ୱର ପ୍ରସାଦ ନନ୍ଦ, କମଳ ପ୍ରସାଦ ମିଶ୍ର ନାଟ୍ୟକାର ପ୍ରଦୀପ ପଣ୍ଡା ଗୋପାଳ ପୃଷ୍ଠେ, ପ୍ରସନ୍ନ କର, ରାଜୀବ ଶତପଥି, ଆର୍ତତ୍ରାଣ ପଣ୍ଡା, ରାଜ କିଶୋର ପୋଦକ୍ଷର, ସଂଯୁକ୍ତା ହୋତା, ରାଜେଶ ମଲ୍ଲିକ, ଯୁଗଳ କିଶୋର ନନ୍ଦ, ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ଆବାହକ ମଣ୍ଡଳୀର ବିଷ୍ଣୁ ଗୁରୁ, ଶକୁନ୍ତଳା ମହାପାତ୍ର, ପ୍ରଦୀପ ସୁପକାର, ସଞ୍ଜୀବ ଷଡ଼ଙ୍ଗୀ ବସନ୍ତ ମିଶ୍ର, ଅରବିନ୍ଦ ନାୟକ, ରବି ପଣ୍ଡା ସୌରଭ ରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସମେତ ସମାଜର ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ତିଳ ତର୍ପଣ ଅନୁଷ୍ଠିତ ହୋଇଛି। ପବିତ୍ର ମହାଳୟା ଉପଲକ୍ଷେ କୁଳୁଥିକାନୀ ସ୍ଥିତ ବ୍ରାହ୍ମଣ ସମାଜର ଅବାହକ ଅରବିନ୍ଦ ନାୟକ ଓ ରବି ପଣ୍ଡା ପରିଚାଳନା କରିଥିବା ବେଳେ ଶଙ୍କର ମଠ ମନ୍ଦିର ନଦୀଘାଟରେ ଅନୁଷ୍ଠିତ ତିଳ ତର୍ପଣ କାର୍ଯ୍ୟକ୍ରମକୁ ଆବାହକ ପଣ୍ଡିତ ସୁବ୍ରତ ପୁରୋହିତ, ରାଜକିଶୋର ପଣ୍ଡା ପରିଚାଳନା କରି ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande