ପବିତ୍ର ମହାଳୟା ତିଥିରେ ଧବଳମୁଖୀ ବେଶରେ ମା ସମଲେଶ୍ୱରୀଙ୍କ ଦର୍ଶନ
ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ପବିତ୍ର ମହାଳୟା ତିଥିରେ ମାଁ ସମଲେଶ୍ୱରୀ ଧବଳମୂଖୀ ବେଶରେ ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ଓ ପୂଜକ ମାନଙ୍କର ମିଳିତ ନିଷ୍ପତି କ୍ରମେ ଚଳିତ ବର୍ଷର ଦର୍ଶନ ସମୟ ନିର୍ଘଂଟ ସ୍ଥିର କରାଯାଇଥିଲା। ଆଜି ଭୋର ସାଢେ ୪ଟା ବେଳେ ମଙ୍ଗଳ
ପବିତ୍ର ମହାଳୟା ତିଥିରେ ଧବଳମୂଖୀ ବେଶରେ ମାଁ ସମଲେଶ୍ବରୀଙ୍କ ଦର୍ଶନ


ସମ୍ବଲପୁର, ୨୧ ସେପ୍ଟେମ୍ବର(ହି.ସ.) – ପବିତ୍ର ମହାଳୟା ତିଥିରେ ମାଁ ସମଲେଶ୍ୱରୀ ଧବଳମୂଖୀ ବେଶରେ ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ ଓ ପୂଜକ ମାନଙ୍କର ମିଳିତ ନିଷ୍ପତି କ୍ରମେ ଚଳିତ ବର୍ଷର ଦର୍ଶନ ସମୟ ନିର୍ଘଂଟ ସ୍ଥିର କରାଯାଇଥିଲା। ଆଜି ଭୋର ସାଢେ ୪ଟା ବେଳେ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ସରିବା ପରେ ଭୋର ସାଢେ ୫ଟା ଠାରୁ ସାହାଣମେଲା ଦର୍ଶନ ଦିନ ୧୧. ୪୪ ପର୍ଯ୍ୟନ୍ତ ଚାଲିଥିଲା।

ଦିନ ୧୧ଟା ୪୫ ମିନିଟ୍‌ରୁ ସାଢ଼େ ୧୨ ପର୍ଯ୍ୟନ୍ତ ଅନ୍ନଭୋଗ ଲାଗି ମା’ଙ୍କ ଦର୍ଶନ ବନ୍ଦ ରହିଥିଲା। ସେହିପରି ସନ୍ଧ୍ୟା ମହାଆଳତୀ ପାଇଁ ସନ୍ଧ୍ୟା ୭ଟା ୪୫ରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ରାତ୍ରି ସାଢେ ୧୦ଟାରେ ସମ୍ପର୍ଣ୍ଣ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande