ଜୟପୁର, 21 ସେପ୍ଟେମ୍ବର (ହି.ସ.)ଆସନ୍ତା ମହାନବମୀରେ ଜୟପୁର ରାଜନହର ଛକ ଠାରେ ମୁମ୍ବାଇର କଳାକାର ମାନଙ୍କ ଦ୍ବାରା ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଦଶହରା ପୂଜା କମିଟିର ସଭାପତି ତାରାପ୍ରସାଦା ବାହିନୀପତି ପ୍ରକାଶ କରିଛନ୍ତି। ଆସନ୍ତା ମହାନବମୀ ତଥା ଅକ୍ଟୋବର ୧ ତାରିଖ ବୁଧବାର ଦିନ ରାଜନହର ପଡିଆ ଠାରେ ବଲିଉଡ କଣ୍ଠଶିଳ୍ପୀ ଇଣ୍ତିଆନ ଆଇଡଲ ସିଜନ୍୧୫ ର ବିଜେତା ମାନୁଷୀ ଘୋଷଙ୍କ ସହ ପ୍ରସିଦ୍ଧ କଳାକାର ଅମିତାଭ ବଚ୍ଚନଙ୍କ ଡୁପ୍ଲିକେଟ ଶଶିକାନ୍ତ ପାଢେଵାଲା ଆସି ଜୟପୁର ବାସିଙ୍କ ମହ ମୋହିବେ। ଆସନ୍ତା ୨୭ ତାରିଖ ଠାରୁ ଜୟପୁର ଦଶହରାପୂଜା କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ସା˚ସ୍କୃତିକ କାର୍ଯ୍ୟକ୍ରମ କରାଯିବ।ଏଥିରେ ଭୁବନେଶ୍ବର ସହରରେ ସୁନାମଧନ୍ୟ କଳାକାର ମାନେ ସଙ୍ଗିତ ପରିବେଷଣ କରିବାର ଯୋଜନା ରହିଛି।
ପ୍ରଥମେ ପଞ୍ଚମିରେ ସୌରାସାହି ମାଁ ବସନ୍ତାୟୀ ମନ୍ଦିର ନିକଟ୍ରେ ସନ୍ଧ୍ୟାରେ ସଙ୍ଗିତ ପରିବେଷଣ କରିବା ସହ ଷଷ୍ଠୀ ରେ ଜଗତଜନୀ ଛକ, ସପ୍ତମୀରେ ଜଗତଜନନୀ ଛକ, ଅଷ୍ଟମୀ ରେ ସ୍ଥାନୀୟ କଳାକାରଙ୍କ ଦ୍ବାରା ସ୍ବରଘୁଙ୍ଗୁର ପକ୍ଷରୁ ରାଜନହର ଛକ ନିକଟରେ ଏବ˚ ନବମୀ ତିଥିରେ ପୁଣି ରାଜନହର ଛକ ଠାରେ ମୁମ୍ବାଇ କଳାକାରଙ୍କ ଦ୍ବାରା ସଙ୍ଗିତ ପରିବେଷଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି