.
ଘଟଗାଁ:୨୧ ସେପ୍ଟେମ୍ବର (ହି. ସ.) ଭଣ୍ଡା ପଞ୍ଚାୟତର କୁନ୍ଦପଶି ଅଞ୍ଚଳର ନିବାସୀ ଆଶାମଣି ମିଶ୍ର ଙ୍କର ଗତ ଗୁରୁବାର ଦିନ କେନ୍ଦୁଝର ମୁଖ୍ୟ ଚିକତ୍ସାଳୟରେ ପରଲୋକ ହୋଇଯାଇଛି.
ଆଶାମଣି ଦେବୀ ଜଣେ ପରଉପକାରୀ, ସ୍ନେହବଶ୍ଚଳା ମହିଳା ହୋଇଥିବାରୁ ତାଙ୍କର ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି. ମୃତ୍ୟୁ ବେଳକୁ ତାଙ୍କର ୯୮ ବର୍ଷ ହୋଇଥିବାବେଳେ ତାଙ୍କର ମୃତ୍ୟୁ ସଯ୍ୟା ନିକଟରେ ତାଙ୍କର ପୁତ୍ର ଚିରଞ୍ଜିବି ମିଶ୍ର, ଜୋଇଁ ସୁରଜିତ ତ୍ରିପାଠୀ, ସମରେନ୍ଦ୍ର ଦାସ, କାଶୀନାଥ କର,ପ୍ରମୋଦ ମିଶ୍ର, ଝିଅ ପ୍ରେମଲତା ପଣ୍ଡା, ସରୋଜିନୀ ମିଶ୍ର, ପଙ୍କଜିନି କର, କଳ୍ପଲତା ମିଶ୍ର, ବିରାଜିନୀ ମିଶ୍ର,ଉପସ୍ଥିତ ରହିଥିବାବେଳେ ନାତି ନାତୁଣୀ ଶ୍ରୀ ଦାମଦୋର ପଣ୍ଡା, ସୁରେନ୍ଦ୍ର ପଣ୍ଡା, ରଜତ ତ୍ରିପାଠୀ, ଡୁଡୁନ, ମାମୁନି, ଅଲିଭା, ପାଗୁଲୁ, ଲିପି, ଙ୍କ ପ୍ରମୁଖ ଉପସ୍ଥିତ ଥିଲେ.
ତାଙ୍କର ମରଶରୀରକୁ ସହ ସହ ଲୋକଙ୍କ ଶୋକାକୁଳ ପରିବେଶରେ ବୈତରଣୀ କୂଳରେ ଦାହ କରାଯାଇ ଵିଧି ଅନୁଯାୟୀ କ୍ରିୟା କର୍ମ କରାଯାଇଥିବାର ଜଣାପଡିଛି.
ହିନ୍ଦୁସ୍ତାନ ସମାଚାର, ଘନଶ୍ୟାମ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ