କେନ୍ଦ୍ରାପଡ଼ା, ୨୧ ସେପ୍ଟେମ୍ବର(ହି.ସ.) – ମହାକାଳପଡ଼ା ଦେଶ ପାଇଁ ୨ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ୧୧ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ôଥକ ଶୃଙ୍ଖଳା ଓ ଦୂରଦୃଷ୍ଟିପୂର୍ଣ୍ଣ ନୀତି ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଶୀଘ୍ର ବୃଦ୍ଧିଶୀଳ ଅର୍ଥନୀତି କରିଛି ସରଳତା ଓ ଲୋକ କଲ୍ୟାଣକୁ କେନ୍ଦ୍ରରେ ରଖିଛି ମୋଦି ସରକାର ଜିଏସ୍ଟି ୨.୦ ଡବଲ୍ ଇଞ୍ଜିନ ସରକାର ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରୁଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଆନୁକୂଲ୍ୟରେ “ଆଗାମୀ ପିଢ଼ୀର ଜିଏସ୍ଟି ସୁଧାର” ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି, ଇଚ୍ଛାପୁର କେନ୍ଦ୍ରାପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଏସ୍ଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବନାହିଁ, ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ ଅଟେ ବୋଲି ମହାକାଳପଡ଼ାର ବିଧାୟକ ଡ଼ଃ ଦୁର୍ଗାପ୍ରସନ ନାୟକ ମତବ୍ୟକ୍ତ କରିଛନ୍ତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆର୍ôଥକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ଼ ଓ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥନୀତି ହୋଇପାରିଛି। ନୂତନ ପିଢ଼ୀର ଜିଏସ୍ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ôଥକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ। ମୋଦି ସରକାରଙ୍କର ଜିଏସ୍ଟି ୨.୦ ସୁଧାର ଦ୍ୱାରା ଓଡ଼ିଶାର ଡବଲ ଇଞ୍ଜିନ ସରକାରକୁ ନୂତନ ଗତି ମିଳିବ। ୧୨ ପ୍ରତିଶତ ହାରରେ ଥିବା ଜିଏସ୍ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ହାରକୁ ଅଣାଯାଇଛି ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି। ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢ଼ିବ, ଆବଶ୍ୟକ ସାମଗ୍ରୀର ଦାମ କମିବ ଓ ଦେଶୀୟ ଚାହିଦା ମଜବୁତ ହେବ। ବହୁତ କମ୍ପାନୀ ପୂର୍ବରୁ ଦାମ କମେଇବାକୁ ଘୋଷଣା କରିଛନ୍ତି, ଯାହାରୁ ସାଧାରଣ ଲୋକମାନେ ତତ୍କ୍ଷଣାତ୍ ଲାଭ ଉଠାଇ ପାରିବେ। ଏହି ସୁଧାର ଦ୍ୱାରା ଗରିବ, କୃଷକ, ମଧ୍ୟବିତ ଓ ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପଗୁଡ଼ିକୁ ବହୁତ ବଡ଼ ଆଶ୍ୱସ୍ତି ମିଳିବ। କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସ୍ଟି ଲାଗିବାରୁ କୃଷି ଖର୍ଚ୍ଚ କମିବ। ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି କ୍ୟାନ୍ସର ସହିତ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍ଟି ଛାଡ଼ କରାଯାଇଛି। ଏହାଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ବିଧାୟକ ଡ଼ଃ ନାୟକ କହିଛନ୍ତି। ଓଡ଼ିଶାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଲାଭ ପାଇଛି। କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡ଼ିଶାରେ ନୂତନ ଗତି ସହ ବିକାଶକୁ ଅଗ୍ରଗାମୀ କରାଇଛନ୍ତି। ଜିଏସ୍ଟିର ସୁଧାର ଲାଭ ଓଡ଼ିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡ଼ିଶାର ଯୁବକମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ। ଓଡ଼ିଶାରେ କେନ୍ଦୁପତ୍ର ଉପରେ ୧୮ପ୍ରତିଶତରୁ ୫ପ୍ରତିଶତ ଜିଏସ୍ଟି ହ୍ରାସ ଦ୍ୱାରା ଓଡ଼ିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତହେବେ ବୋଲି ଡ଼ଃ ନାୟକ କହିଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଭିତିଭୂମି, ରୋଜଗାର, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଐତିହାସିକ ପ୍ରଗତି କରୁଅଛି। ଜିଏସ୍ଟି ୨.୦ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆର୍ôଥକ ସଂସ୍କାରର ଏକ ଅଂଶବିଶେଷ ଅଟେ। ଯାହା ଦୀର୍ଘ ୧୧ବର୍ଷ ଧରି କ୍ରମାଗତ ଭାବେ ଭାରତକୁ ସଫଳତାର ଏ ନୂତନ ଶିଖରରେ ପହଂଚାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଓ ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା ଅଟେ। ରେକର୍ଡ଼ ସଂଖ୍ୟକ ବିଦେଶୀ ପୁଞ୍ଜି ନିବେଶ ସହ ବ୍ୟବସାୟ ଓ ରୋଜଗାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଭିତିଭୂମିରେ କ୍ରାନ୍ତିକାରୀ ପ୍ରଗତି ହୋଇଛି- ୬୦ ପ୍ରତିଶତରୁ ଅଧିକ ଜାତୀୟ ରାଜପଥ ବିସ୍ତାର ହୋଇଛି, ୨୦ରୁ ଅଧିକ ସହରରେ ମେଟ୍ରୋ ରେଲ୍ ଚାଲୁଛି। ଶହେ ପଚାଶରୁ ଅଧିକ ଏୟାରପୋର୍ଟ, ବନ୍ଦେଭାରତ ଓ ଅମୃତ ଭାରତ ଭଳି ଟ୍ରେନର ଆଧୁନିକରଣ ହୋଇଛି। ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ କ୍ରାନ୍ତି ଦ୍ୱାରା ଭାରତ ପୃଥିବୀର ସର୍ବବୃହତ ଡିଜିଟାଲରେ ନେଣଦେଣ କରୁଥିବା ଅର୍ଥ ବ୍ୟବସ୍ଥା ଅଟେ। ଡିବିଟି ବା ସିଧାସଳଖ ବ୍ୟାଙ୍କ ଖାତାରେ ଜମା ଦ୍ୱାରା ମଧ୍ୟସ୍ଥି/ ଦଲାଲମାନଙ୍କର ଭୂମିକାକୁ ସମାପ୍ତ କରାଯିବା ସହ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜକୋଷରୁ ବାଟମାରଣାକୁ ବନ୍ଦ କରାଯାଇଛି। ଆତ୍ମନିର୍ଭର ଭାରତ ଓ ପିଏଲ୍ଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି ବୋଲି ଡ଼ଃ ନାୟକ କହିଛନ୍ତି। ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନରମାନ ପରିବର୍ତିତ ହୋଇଛି। ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଇ ଦିଆଯାଉଛି, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି, କୋଟି କୋଟି ପରିବାର ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି। ୧୪କୋଟି ଶୌଚାଳୟ ଦ୍ୱାରା ସ୍ୱଚ୍ଛତା ଓ ସମ୍ମାନଜନକ ଜୀବନଯାପନର ବ୍ୟବସ୍ଥା ହୋଇପାରିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନାରେ ଉଦ୍ୟମୀମାନଙ୍କୁ ନୂଆ ଶକ୍ତି ମିଳିଛି ଓ ଶହେରୁ ଅଧିକ ୟୁନିକର୍ଣ୍ଣ ଉଦ୍ୟୋଗୀ ଭାରତରେ ପ୍ରତିଷ୍ଠିତ ହୋଇଛନ୍ତି। କୋଭିଡ ମହାମାରୀ ପରେ ଯେତେବେଳେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ସେତିକିବେଳେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡ଼ିବାରେ ସମର୍ଥ ହେଲା। ଆଇଏମ୍ଏଫ୍ ଓ ବିଶ୍ୱବ୍ୟାଙ୍କ ଭାରତକୁ “ଉଜ୍ଜ୍ୱଳ ସ୍ଥାନ ବା ବ୍ରାଇଟ୍ ସ୍ପଟ୍” ଆଖ୍ୟା ଦେଇଛନ୍ତି ବୋଲି ଡ଼ଃ ନାୟକ କହିଛନ୍ତି। ରାଜ୍ୟ ବିଜେପିର ନୂତନ ଜିଏସ୍ଟି ସୁଧାର କମିଟିର ସହ ସଂଯୋଜକ ତଥା ଜିଲ୍ଲା ବିଜେପି ଉପସଭାପତି ସଂଜୟ ରଥ ଯୋଗଦେଇ, ଏହି ଜିଏସ୍ଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ। ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ରେ ତ୍ୱରିତ ବେଗରେ ଅଗ୍ରସର ହେବ। ମୋଦି ସରକାରର ପ୍ରତ୍ୟେକ ନିଷ୍ପତିରେ ଲୋକ କଲ୍ୟାଣ ସବୁବେଳେ କେନ୍ଦ୍ର ସ୍ଥାନରେ ରହିଛି। ଜିଏସ୍ଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ବୋଲି ସେ ମତବ୍ୟକ୍ତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠିଙ୍କ ପୌରହିତ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, କେନ୍ଦ୍ରାପଡ଼ା ବିଧାୟିକା ପାର୍ôଥନୀ ଗୀତାଞ୍ଜଳି ସେଠୀ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ତଥା ଜିଲ୍ଲା ମିଡ଼ିଆ ପ୍ରକୋଷ୍ଠର ଆବାହକ ନେହେରୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି