ରାସ୍ତାରେ ଗଛକୁ ପିଟିଲା ବାଇକ ଚାଲିଗଲା ଚାଲାକ ଜୀବନ
ବଲାଙ୍ଗିର , 21 ସେପ୍ଟେମ୍ବର (ହି.ସ.) ବଲାଙ୍ଗିର ସହର ଦେଇ ଯାଇଥିବା ବରଗଡ଼଼ ବୋରୈଗୁମା ୨୬ ନମ୍ବର ଜାତୀୟ ରାଜପଥ ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକ ଙ୍କ ମୃତ୍ଯୁ ଘଟିଛି। ବିଜାଖମନ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକ ନିଜେ ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଭାରସାମ
ରାସ୍ତାରେ ଗଛକୁ ପିଟିଲା ବାଇକ ଚାଲିଗଲା ଚାଲାକ ଜୀବନ


ବଲାଙ୍ଗିର , 21 ସେପ୍ଟେମ୍ବର (ହି.ସ.)

ବଲାଙ୍ଗିର ସହର ଦେଇ ଯାଇଥିବା ବରଗଡ଼଼ ବୋରୈଗୁମା ୨୬ ନମ୍ବର ଜାତୀୟ ରାଜପଥ ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ବାଇକ ଚାଳକ ଙ୍କ ମୃତ୍ଯୁ ଘଟିଛି। ବିଜାଖମନ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକ ନିଜେ ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଭାରସାମ୍ୟ ହରାଇ, ରାସ୍ତା ପାଖରେ ଥିବା ଗଛରେ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ସେ ଗୁରୁତର ଭାବେ ଆହତ ହୋଇ ମୁହଁ ମାଡ଼ି ପଡ଼ିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲକୁ ପହଞ୍ଚାଇଥିଲେ । କିନ୍ତୁ, ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତକ ଜଣକ ଦେଓଗାଁ ଥାନା ସାରସ ମାଲ ଗାଁର ସକରଜିତ ଭୋଇ ବୋଲି ଚିହ୍ନଟ ହୋଇଛି । ଯୁବକଙ୍କ ଅକାଳ ମୃତ୍ୟୁରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଶବ ବ୍ୟବଛେଦ ପରେ ମୃତକଙ୍କ ଶବକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଦୁଃଖଦ ଅବସରରେ ସକରଜିତଙ୍କ ପରିବାର ଲୋକେ ମାନବ ସେବାର ଉଦାହରଣ ସୃଷ୍ଟି କରି ସବ ବ୍ୟବଛେଦ ସମାପନ ପରେ ସେମାନେ ମୃତକଙ୍କ ଆଖିକୁ ଦାନ କରିଥିବାରୁ ତାଙ୍କର ଚକ୍ଷୁଦାନ ଅନ୍ୟ ଜଣଙ୍କ ଜୀବନରେ ନୂଆ ଆଲୋକ ଆଣିବ ଜଣେ ଦୃଷ୍ଟିହିନ ଦେଖିପାରିବ । ଏହି ମର୍ମନ୍ତୁଦ ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande