“ଆମେ”ର ମହାଳୟା ଅମାବାସ୍ୟା ଆସର
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ସାହିତ୍ୟ ସଂସ୍କୃତି ସଂଗଠନ “ଆମେ”ର ଅମାବାସ୍ୟା ଆସର ଭଦ୍ରକ କଲେଜ ପରିସରସ୍ଥ ପ୍ରଜ୍ଞାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅଧ୍ୟକ୍ଷତା କରିଥିଲେ “ଆମେ” ର ସଭାପତି ପ୍ର. ଡ଼. ରାମଚନ୍ଦ୍ର ପଣ୍ଡା, ସମ୍ପାଦକ ନେତା ପ୍ରଭାକର ପରିଡା ସମ୍ପାଦକୀୟ ବିବରଣୀ ପଥ କଳା ପରେ
AME RA MAHALAYA AMABASYA ASARA


ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ସାହିତ୍ୟ ସଂସ୍କୃତି ସଂଗଠନ “ଆମେ”ର ଅମାବାସ୍ୟା ଆସର ଭଦ୍ରକ କଲେଜ ପରିସରସ୍ଥ ପ୍ରଜ୍ଞାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅଧ୍ୟକ୍ଷତା କରିଥିଲେ “ଆମେ” ର ସଭାପତି ପ୍ର. ଡ଼. ରାମଚନ୍ଦ୍ର ପଣ୍ଡା, ସମ୍ପାଦକ ନେତା ପ୍ରଭାକର ପରିଡା ସମ୍ପାଦକୀୟ ବିବରଣୀ ପଥ କଳା ପରେ ମହାଳୟାର ମହତ୍ୱ ଉପରେ ଦୀକ୍ଷାନ୍ତ ଭାଷଣ ରଖିଥିଲି । ପ୍ର. ଡ଼.ଦେବେନ୍ଦ୍ର ନାଥ ଧନୀ, ପ୍ର. ଡ଼. ନିତ୍ୟାନନ୍ଦ ମିଶ୍ର, ପ୍ର. ଡ଼. ସୁଦର୍ଶନ ବାରିକ ଓ କଳା ସଂସ୍କୃତି ମଂଚ ଭଦ୍ରକ ଜିଲ୍ଲାର ଉପସଭାପତି ତ୍ରିଲୋଚନ ପଣ୍ଡା । ଏହି ସଭାକୁ ଓଡ଼ିଶାର ବିଭିନ୍ନ ସ୍ଥାନର ଯଥା ଭୁବନେଶ୍ୱର, କଟକ, ଯାଜପୁରରୁ ସାହିତ୍ୟିକ, କଳାକାରମାନେ ଯୋଗଦାନ କରିଥିଲେ । ଆମ ଜିଲ୍ଲାର ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ପ୍ର. ଡ଼. ମନିନ୍ଦ୍ର ମହାନ୍ତି, ପ୍ର. ଡ଼.କ୍ଷୀରୋଦ ସାମଲ, ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ପ୍ର. ଡ଼. ଗୋଲକ ଚନ୍ଦ୍ର ସାହୁ, ଆମେ ର ଉପସଭାପତି ଆଡଭୋକେଟ ଅଗଣି ଚରଣ ଜେନା ପ୍ରଭୃତି ଜିଲ୍ଲା ବାହାରୁ ଆସିଥିବା ଅତିଥିମାନଙ୍କୁ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାଙ୍କ ମଧ୍ୟରେ ସଂଯୁକ୍ତା ବଳ ନାୟକ, ଫକୀର ଚରଣ ବଳ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ପ୍ରାଧ୍ୟାପିକା ଉଷାରାଣୀ ଜେନା, ପ୍ରାଧ୍ୟାପିକା ନୀଳିମା ପଣ୍ଡା, ଅଧ୍ୟାପିକା ମଧୁମିତା ନାୟକ, କବି ବିପ୍ଲବ ପତି, କବି ରମେଶ ଦାସ,ଅଂଶୁମାନ ନାୟକ, ଋତୁରାଜ ଅକ୍ଷୟ କୁମାର, ମାଧବିଲତା ନାୟକ, ତନୁଶ୍ରୀ ନାୟକ, ଅଧ୍ୟାପିକା ସ୍ୱାଗତିକା ସାହୁ, ଅଧ୍ୟାପିକା ଅମିତ କୁମାର ନାୟକ ସହ ସମ୍ପାଦକ ପ୍ରଭୃତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅସ୍ମିତା ନାୟକ ସମସ୍ତଙ୍କୁ ନୈଶ୍ୟ ଭୋଜନରେ ଆପ୍ୟାୟିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande