ରୋଗୀ ନେବାବେଳେ ବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ
ମୁଖୀଗୁଡା,୨୨ସେପ୍ଟେମ୍ବର(ହି. ସ)ରୋଗୀଙ୍କ ବିପଡ଼ ସମୟରେ ୧୦୮ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଫୋନ କରି ସହାୟତା ଆଶା କରିଥାନ୍ତି କିନ୍ତୁ ୧୦୮ ଆମ୍ବୁଲାନ୍ସ ଯଦି ଅଧା ବାଟରେ ଧୋକା ଦିଏ ତେବେ ରୋଗୀଙ୍କ ଅବସ୍ଥା ଆଉ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ସହଜେ ଅନୁମେୟ।କଳାହାଣ୍ଡି ଜିଲ୍ଲା ଜୟପ
108ଆମ୍ବୁଲାନ୍ସ


ମୁଖୀଗୁଡା,୨୨ସେପ୍ଟେମ୍ବର(ହି. ସ)ରୋଗୀଙ୍କ ବିପଡ଼ ସମୟରେ ୧୦୮ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଫୋନ କରି ସହାୟତା ଆଶା କରିଥାନ୍ତି କିନ୍ତୁ ୧୦୮ ଆମ୍ବୁଲାନ୍ସ ଯଦି ଅଧା ବାଟରେ ଧୋକା ଦିଏ ତେବେ ରୋଗୀଙ୍କ ଅବସ୍ଥା ଆଉ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ସହଜେ ଅନୁମେୟ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ଗୁରୁତର ରୋଗୀ କୁ ନେଉଥିବା ୧୦୮ ଆମ୍ବୁଲାନ୍ସ ଅଧା ବାଟରେ ଖରାପ ହେବା ଫଳରେ ରୋଗୀ ହନ୍ତସନ୍ତ ହୋଇଛନ୍ତି।କୁଚା ଗାଁର ପୁଷ୍ପାଳତା ଦାସ କୁ ଆଜି ସକାଳେ ଭୀଷଣ ଛାତି ଯନ୍ତ୍ରଣା ହେବା ଫଳରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ।ହେଲେ ଗାଡିର ବ୍ରେକ ପାଇପ ଖାଲିଆଭଟା ନିକଟରେ ଫାଟି ଯିବା ଫଳରେ ଗାଡି ଗଢ଼ିନଥିଲା ।ଶେଷରେ ଦୀର୍ଘ ସମୟ ଅକ୍ସୀଜେନ ଲାଗିଥିବା ରୋଗୀ ଗାଡ଼ିରେ ପଡି ରହିଥିଲେ।ପରେ କୋକସରା ରୁ ଆମ୍ବୁଲାନ୍ସ ଆସି ରୋଗୀକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିବା ଦେଖିବାକୁ ମିଳିଛି।ରୋଗୀ ନେଉଥିବା ଆମ୍ବୁଲାନ୍ସ ଗାଡ଼ିରେ କୋଣସି ପ୍ରକାର ଭିତ୍ତିଭୂମି ନଥିବା ବେଳେ କିପରି ତାକୁ ଜରୁରୀକାଳୀନ ସେବାରେ ନିୟୋଜିତ କରାଯାଇଛି ତାହା ହିଁ ବିଡମ୍ବନା ର ବିଷୟ।ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବା ବେଳେ ଏଠାରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ଆମ୍ବୁଲାନ୍ସ।ଜିଲ୍ଲା ଆମ୍ବୁଲାନ୍ସ ସେବା ଦାଇତ୍ୱ ରେ କିଏ ଅଛନ୍ତି ତଥା ଏପରି ଆମ୍ବୁଲାନ୍ସ କୁ ଜିଲ୍ଲା ପରିବହନ ବିଭାଗ କିପରି ଅନୁମତି ପ୍ରଦାନ କରିଛି ତାହା ତଦନ୍ତ ସାପେକ୍ଷ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande