କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ଆତ୍ମନିର୍ଭର ଭାରତ ର ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ ଏବଂ ଶମ୍ଭୁନାଥ ରାଉତ ମଂଚାସିନ ହୋଇ ଆତ୍ମନିର୍ଭର ଭାରତ ସହିତ ଆତ୍ମନିର୍ଭର କେନ୍ଦୁଝର ଗଠନ ପାଇଁ କାର୍ଯ୍ୟକର୍ତାଙ୍କ ସହିତ ସଂକଳ୍ପ ନେଇଥିଲେ। ୨୫ ସେପ୍େଟମ୍ବର ରୁ ୨୫ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଜନତାଙ୍କୁ ଆତ୍ମନିର୍ଭର ଭାରତ ପାଇଁ ସଚେତନତା ସୃଷ୍ଟି କରିବା ସହିତ ସ୍ୱଦେଶୀ ଆପଣେଇବା ପାଇଁ କାର୍ଯ୍ୟକ୍ରମ ଚାଲିବ। ଆତ୍ମନିର୍ଭର ଭାରତ ର ଜିଲ୍ଲା ଟୋଲିର ସଦସ୍ୟ ଝରଣା ମହାନ୍ତ, ମାନସ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଜିଲ୍ଲା ସମ୍ପାଦକ ଦୀପକ ଜେନା ମଂଚ ପରିଚାଳନା କରିଥିଲେ। ଏହି କର୍ମଶାଳା ରେ ଜିଲ୍ଲାର ୪୫ଟି ମଣ୍ଡଳର ସଭାପତି ସହିତ ସମସ୍ତ ଜିଲ୍ଲା ପଦାଧିକାରୀ ଏବଂ ଟୋଲିର ସଦସ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA