ପାଣିକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର
କୋରେଇ, ୨୨ ସେପ୍ଟେମ୍ବର (ହି.ସ) - ପାଣିକୋଇଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗର୍ଭବତୀ ମାନଙ୍କୁ ମୁଖ୍ୟତଃ ଚିକତ୍ସା କରାଯାଇଥିଲା । ଆଜି ମୋଟ ୨୫୬ ଜଣ ରୋଗୀ ଏହି ଶିବର ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ୮୨ଜଣ ଗର୍ଭବତୀ, ୨
ପାଣିକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର


କୋରେଇ, ୨୨ ସେପ୍ଟେମ୍ବର (ହି.ସ) - ପାଣିକୋଇଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗର୍ଭବତୀ ମାନଙ୍କୁ ମୁଖ୍ୟତଃ ଚିକତ୍ସା କରାଯାଇଥିଲା । ଆଜି ମୋଟ ୨୫୬ ଜଣ ରୋଗୀ ଏହି ଶିବର ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ୮୨ଜଣ ଗର୍ଭବତୀ, ୨୮ଜଣ ସର୍ଜ୍ଜରୀ ବିଭାଗ ଓ ଓପିଡିରେ ୧୪୬ଜଣ ରୋଗୀ ଯୋଗଦାନ କରିଥିଲେ । ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ଡାକ୍ତର ସୌଭାଗ୍ୟରଂଜନ ସୁବୁଦ୍ଧି, ସଜ୍ଜରୀ ଡାକ୍ତର ଜିତେନ୍ଦ୍ର କୁମାର ସୋରେନ, ପାଣିକୋଇଲି ସ୍ୱାସ୍ଥ୍ୟଧିକାରୀ ଅରବିନ୍ଦ ପ୍ରସାଦ ଓ ଆୟୁଷ ଡାକ୍ତର ସାଗରିକା ଦାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗର୍ଭବତୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟରୋଗୀ ପାଇଁ ଜଳଖିଆ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା । ବିଭାଗୀୟ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande