ବରିଷ୍ଠ ନାଗରିକ ମଂଚ, ଭରତପୁର ଗ୍ରାମପଂଚାୟତ
କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ସମବାୟ ସମିତିର କାର୍ଯ୍ୟାଳୟରେ ଦିବା ୫ଘଟିକା ସମୟରେ ପଂଚାୟତ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବରିଷ୍ଠ ନାଗରିକ ମଂଚ ଶିକ୍ଷାବିତ୍ ତଥା ସମାଜ ସେବୀ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଗଠିତ ହୋଇଯାଇଛ
ବରିଷ୍ଠ ନାଗରିକ ମଂଚ, ଭରତପୁର ଗ୍ରାମପଂଚାୟତ


କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ସମବାୟ ସମିତିର କାର୍ଯ୍ୟାଳୟରେ ଦିବା ୫ଘଟିକା ସମୟରେ ପଂଚାୟତ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ବରିଷ୍ଠ ନାଗରିକ ମଂଚ ଶିକ୍ଷାବିତ୍ ତଥା ସମାଜ ସେବୀ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଗଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୁଷୋତମପୁର ଗ୍ରାମର ଅବସରପ୍ରାପ୍ତ ପଣ୍ଡିତ ଓ ଶିକ୍ଷାବିତ୍ ହୃଷିକେଶ ରଥ ଅଧ୍ୟକ୍ଷତା କରିଥିଲେ । ସଂଯୋଜକ ଶ୍ରୀ ସ୍ୱାଇଁ ସଭାର ଉଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସର୍ବ ସମ୍ମତିକ୍ରମେ ଉପଦେଷ୍ଟା ଭାବେ ନୃସିଂହ ଚରଣ ସ୍ୱାଇଁ ଓ ଗୋଲକ ଚନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କ ମଧ୍ୟରୁ ଭ୍ରମରବର ସ୍ୱାଇଁସର୍ବ ସଭାପତି, ନିରୋଦ କୁମାର ରାଉତ ଉପସଭାପତି, ଅକ୍ଷୟ କୁମାର ମନ୍ତ୍ରୀ ସମ୍ପାଦକ, କ୍ଷୀରୋଦ କୁମାର ସ୍ୱାଇଁ ସହସମ୍ପାଦକ, ପ୍ରଭାତ ରଞ୍ଜନ ଦାସ କୋଷାଧ୍ୟକ୍ଷ, ପ୍ରଫୁଲ ଚନ୍ଦ୍ର ଦାସ ସାଂସ୍କୃତିକ ସମ୍ପାଦକ, କୈଳାଶ ଚନ୍ଦ୍ର ସ୍ୱାଇଁ ସଂଯୋଜକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସର୍ବଶେଷରେ କ୍ଷୀରୋଦ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ସଭାସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande