କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ପୁରଷୋତମପୁର ଗ୍ରାମରେ ଏକ ସଭାଗୃହରେ ଦିବା ୩ଘଟିକା ସମୟରେ ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ଆବାହକତ୍ୱରେ ଗଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ପଣ୍ଡିତ ଭ୍ରମରବର ନନ୍ଦ ଅଧ୍ୟକ୍ଷତା କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶରେ ଶ୍ରୀ ସ୍ୱାଇଁ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ପଣ୍ଡିତ ଭ୍ରମରବର ନନ୍ଦ ଓ ପଣ୍ଡିତ ହୃଷିକେଶ ରଥ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ସେଣ ସଭାପତି, ହୃଷିକେଶ ନନ୍ଦ ଉପସଭାପତି, କ୍ଷୀରୋଦ କୁମାର ସେନାପତି ସମ୍ପାଦକ, ନିମାଇଁ ଚରଣ କର ସହସମ୍ପାଦକ, ହରେକୃଷ୍ଣ କଣ୍ଠ କୋଷାଧ୍ୟକ୍ଷ, ରବିନ୍ଦ୍ରନାଥ ସେନାପତି ଗଣମାଧ୍ୟମ ସମ୍ପାଦକ, ରଞ୍ଜନ କୁମାର ସାମଲ ପତ୍ରିକା ସମ୍ପାଦକ, କୈଳାଶ ଚନ୍ଦ୍ର ସ୍ୱାଇଁ ସଯୋକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ସର୍ବଶେଷରେ ନିମାଇଁ ଚରଣ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି