କୋରେଇ, ୨୨ ସେପ୍ଟେମ୍ବର (ହି.ସ) - କୋରେଇ ବ୍ଳକ ଅନ୍ତର୍ଗତ ଗୋଳେଇପୁର ପଂଚାୟର ଗୋଳେଇପୁର ଗ୍ରାମର ମିର୍ଜ୍ଜା ଆଲ୍ଲାଉଦ୍ଦିନ ବେଗ ପରିବାର ଆଜି ବେସହରା ହୋଇଛି । ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡିଯାଇଛି । ଫଳରେ ରାତିରେ ମୁଣ୍ଡ ଗେଂଜିବାକୁ ଆଉ ସ୍ଥାନ ନାହିଁ । ଘରର କାନ୍ଥ ପଡିବା ସହ ଘରର ଚାଳ ଭୁଷୁଡିପଡିଛି । ହେଲେ ଅସହାୟ ପରିବାର ନିକଟରେ ପ୍ରଶାସନ ପହଂଚିନାହିଁ । ବର୍ଷା ରାତିରେ ରାତି କେମିତି କଟାଇବେ ସେହି ଚିନ୍ତାରେ ଏବେ ପରିବାର । ତୁରନ୍ତ ପ୍ରଶାସନିକ ଆଲ୍ଲାଉଦ୍ଦିନ ପରିବାର ନିକଟରେ ପହଂଚି ସେମାନଙ୍କୁ ବଂଚିବାର ରାହା ଦେବା ସହ ଆବଶ୍ୟକତା ପୂରଣ ପାଇଁ ସାଧାରଣରେ ଦାବି ହୋଇଛି । ବର୍ତମାନ ଅସ୍ଥାୟୀଭାବେ ତାଙ୍କୁ ରଖାଯାଇ ଆବାସ ଯୋଜନାରେ ଗୃହ ଯୋଗଇଦେବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ