କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - ବିଜାହାଏନ ଗ୍ରାମରେ ନବଦିନାତ୍ମକ ଭାଗବତ ପାରାୟଣର ଚତୁର୍ଥ ଦିବସ ଅବସରରେ ଭାଗବତ ଗାଦି ପୂଜାର୍ଚ୍ଚନା ପରେ ଭାଗବତ ପାରା ଆରମ୍ଭ କଲେ ଆଚାର୍ଯ୍ୟ ଦାଶରଥି ପ୍ରଧାନ। କେନ୍ଦୁଝର ଜିଲ୍ଲା ଖଜୁରୀ ବାଣୀର ପାରେଶ୍ୱର ବେହେରା , ଝରାଡ଼ିହିର ଅକ୍ରୁର ପଧାନ, ଗିରିସିମାର ଡ଼େଗୁ ଭୋଇ, ଧନଞ୍ଜୟ ଶା, ଧୁସାସନ ପଧାନ, ଇସ୍ପଦ ପଧାନ, ମୁଣ୍ଡରଖେତର ପୂଜାରୀ ପଧାନ,ଶେଷ ଖମାରୀ,ରାୟଗଡ଼ ଜିଲ୍ଲା ଅରଦା ନିବାସୀ ପୁଷ୍ପଲତା ବୈରାଗ, କୈଳାସିନୀ ଦାସ, ଭୋଗରାକାଛରାର ରାଘବ ପଧାନ, ଅକ୍ରୁର ଦେହରି, ସମାରି ଦେହରି, ଘୁଘରପାଲିର ମହେନ୍ଦ୍ର ବାରିକ , ବିଜାହାଏନ ଗ୍ରାମର ଦୁଃଖୁ ଭୋଇ, ନାରଣ ଦେହରି, ଡିଗ୍ରୀ ଭୋଇ , ହଳଧର ବିଶ୍ୱାଳ ଓ କୃଷ୍ଣ ବିଶ୍ୱାଳ ପ୍ରମୁଖ ଏହି ପାରାୟଣରେ ସହଯୋଗ କରିଥିଲେ । ମଧ୍ୟାହ୍ନ ବିରତି ପରେ ମୁଖ୍ୟ କର୍ତା ହରି ଭୋଇଙ୍କ ବାସଭବନରେ ଭକ୍ତ ମାନେ ପ୍ରସାଦ ସେବନ କଲେ । ସନ୍ଧ୍ୟା ଆଳତି ପରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭକ୍ତ ଶିରୋମଣି ପ୍ରହ୍ଲାଦଙ୍କ ବିଷୟରେ ଆଲୋକପାତ କଲେ । ପରିଶେଷରେ ଭଜନ କୀର୍ତନ କରାଯାଇ ପୁନଃ ଭାଗବତ ପାରାୟଣ କରାଯାଇ ଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA