କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.)- ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଜୟନ୍ତୀ ତଥା ସେବାପକ୍ଷ ଅବସରରେ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଉତ୍ସାହିତ ରକ୍ତଦାତାଙ୍କ ନିକଟରୁ ୧୭୨ ୟୁନିଟ ରକ୍ତ ସଂଗୃହିତ ହୋଇ ମାନବ କଲ୍ୟାଣ ନିମନ୍ତେ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରେରଣ କରାଯାଇଥିଲା।
କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏବଂ ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଏହି ଶିବିରରେ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିବା ସହିତ ଭାରତ ମାତାଙ୍କ ଫୋଟ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସେହିପରି ବିଜେପି ପୂର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଜେପି ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, କେନ୍ଦୁଝରଗଡ଼ ପୌରପାଳିକା ଅଧକ୍ଷା ନିକୁ ସାହୁ, ସାଂସଦ ପ୍ରତିନିଧି ହରିହର ମହାନ୍ତ, ଦିଲ୍ଲୀପ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ ଏବଂ ଶମ୍ଭୁନାଥ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଜ୍ଞାନ ରଂଜନ ସାମନ୍ତ ସିଂହାର, ଜିଲ୍ଲା ଉପସଭାପତି ଗୋପୀନାଥ ରାମ, ଜିଲ୍ଲା ସମ୍ପାଦକ ଦୀପକ ଜେନା ଏବଂ ଯଶସ୍ୱିନୀ ବଳ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାଗିରଥି ସିଂହ ପ୍ରମୁଖ ତଥା ଅନ୍ୟ ନେତୃବର୍ଗ ମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଭଣ୍ଡାରର ଡାକ୍ତର ବିପିନ ବିହାରୀ ପାତ୍ରଙ୍କ ତତ୍ୱାବଧାନରେ ତଥା ସମସ୍ତ ସହଯୋଗୀ କର୍ମଚାରୀଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ସାଂସଦ ଅନନ୍ତ ନାୟକ ଏବଂ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ବିଜେପିର ମଣ୍ଡଳ ସଭାପତି ତଥା ମୋର୍ଚ୍ଚାର ନେତୃତ୍ୱ ଓ କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ସାଫଲ୍ୟମଣ୍ଡିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA