ଚମ୍ପୁଆ, ୨୨ ସେପ୍ଟେମ୍ବର (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ଵlସ୍ଥ୍ୟକେନ୍ଦ୍ର ଠାରେ ଯୋଡ଼ା ପ୍ରେସ୍ କ୍ଲବ୍, ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଶିବିରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡକ୍ଟର ଲକ୍ଷ୍ମୀକାନ୍ତ ସିଂ ଏବଂ ଡକ୍ଟର ବିଷ୍ଣୁ ସା ଅନୁଷ୍ଠାନିକ ଭାବେ ଉଦଘାଟିତ କରିଥିବା ବେଳେ ମୋଟ୍ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଡକ୍ଟର ବିଷ୍ଣୁ ସା ରକ୍ତଦାନ କରିଥିବା ବେଳେ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ରକ୍ତ ସଂଗ୍ରହରେ ଚମ୍ପୁଆ ରକ୍ତ ଭଣ୍ଡାରର ଅଧିକାରୀମାନେ ସହଯୋଗ କରିଥିଲେ ।
ଏହି ଅବସରରେ ଯୋଡ଼ା ପ୍ରେସ୍ କ୍ଲବ୍ ସମ୍ପାଦକ ପ୍ରମୋଦ କୁମାର ମହାନ୍ତ, ଗଣେଶ୍ୱର ସାହୁ, ଶ୍ୟାମସୁନ୍ଦର ଓରାମ, ମନୋରଞ୍ଜନ ଲେଙ୍କା, କୃଷ୍ଣଚନ୍ଦ୍ର ପାତ୍ର, ମନୋଜ ସାହୁ ଓ ଅନ୍ୟାନ୍ୟ ସଦସ୍ୟ ତଥା ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ର ସଭାପତି ବିଚିତ୍ରାନନ୍ଦ ଦାସ, ଉପସଭାପତି ରାଜକୁମାର ପାତ୍ର, ସମ୍ପାଦକ ପିଣ୍ଟୁନ ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସଂଖ୍ୟାନ ସହାୟକ ପୂର୍ଣ୍ଣାଙ୍ଗ ଭୂଷଣ ମହାନ୍ତ ଓ ଅନ୍ୟାନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / Trinath Mahanta