ବୋଲଗଡ଼ ଥାନାରେ ଆମ ପୋଲିସ୍ ସେବା ଅନୁଷ୍ଠିତ
ଖୋର୍ଦ୍ଧା,22 ସେପ୍ଟେମ୍ବର (ହି.ସ.)ଓଡିଶା ପୋଲିସ୍‌ର ଗାଁ-ଗାଁରେ ଲୋକଙ୍କ ସହ ପୋଲିସ୍‌ଙ୍କ ଆତ୍ମୀୟ ସମ୍ପର୍କ ଗଢି ତୋଳିବା ଉଦ୍ୟମ ଆମ ପୋଲିସ୍ ସେବା ବୋଲଗଡ଼ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧୂକ୍ଷକ ବିବେକାନନ୍ଦ ଶର୍ମା , ଉପ-ବିଭାଗୀୟ ପୁ
ପୋଲିସ ସେବା


ଖୋର୍ଦ୍ଧା,22 ସେପ୍ଟେମ୍ବର (ହି.ସ.)ଓଡିଶା ପୋଲିସ୍‌ର ଗାଁ-ଗାଁରେ ଲୋକଙ୍କ ସହ ପୋଲିସ୍‌ଙ୍କ ଆତ୍ମୀୟ ସମ୍ପର୍କ ଗଢି ତୋଳିବା ଉଦ୍ୟମ ଆମ ପୋଲିସ୍ ସେବା ବୋଲଗଡ଼ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧୂକ୍ଷକ ବିବେକାନନ୍ଦ ଶର୍ମା , ଉପ-ବିଭାଗୀୟ ପୁଲିସ ଅଧୂକାରୀ ନିହାର ରଞ୍ଜନ ପ୍ରଧାନ, ବୋଲଗଡ଼ ଥାନା ଅଧୂକାରିଣୀ ସ୍ମିଧାମୟୀ ବରାଳ ଓ ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେଥ‌ିପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ, ଅଟୋ ଚାଳକ ସଂଘ, ଚେମ୍ବର ଅଫ୍ କମର୍ସ୍, ମିଡିଆ ପ୍ରେସ୍ ଓ ଅନ୍ୟାନ୍ୟ ସଂସ୍ଥାମାନଙ୍କ ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।ଖୋର୍ଦ୍ଧା ଏସପି ଯୋଗ ଦେଇ କହୁଥିଲେ ଯେ ଆମ ପୋଲିସ୍ ଯୋଜନାର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ଗହଣ ଯୋଗ୍ୟ ସମ୍ରେଷଣ, ଦାୟିତ୍ବବୋଧ, ଓ ସମ୍ପ୍ରଦାୟର ସ‌ହ ନିକଟ ସମ୍ପର୍କ ସ୍ଥାପନ କରିବା ଉପରେ ଜୋର ଦେଲେ। ଥାନା ସ୍ତରରେ ଲୋକଙ୍କ ସହଯୋଗରେ ଅପରାଧ ନିବାରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଯୁବମାନଙ୍କ ସକ୍ରିୟ ଅଂଶଗ୍ରହଣ, ଓ ସାଇବର ଅପରାଧ ସଚେତନତା ବିଷୟରେ ଆଲୋକପାତ କରିଥିଲେ।ସଭାରେ ବୋଲଗଡ ଅଞ୍ଚଳର ସାଧାରଣ ଲୋକ ଓ ସଂସ୍ଥାଗତ ପ୍ରତିନିଧୂ ତାଙ୍କର ସୁପରିଶ, ଅଭିଯୋଗ ଓ ପ୍ରତିକ୍ରିୟା ସହ ସରାସରି ମତ ରଖିଥିଲେ। ଏହା ଦ୍ବାରା ପୋଲିସ୍-ଲୋକ ସମ୍ପର୍କକୁ ଅଧୂକ ସୁଦୃଢ଼ କରିବାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଶେଷରେ ବୋଲଗଡ଼ ଥାନାଧିକାରି ଧନ୍ୟବାଦ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande