ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ
ଜୟପୁର 22 ସେପ୍ଟେମ୍ବର (ହି.ସ.) ବୋରିଗୁମ୍ମା ର ଗଣ ମାଧ୍ୟ୍ୟମ ପ୍ରତିନିଧି ସୁଦର୍ଶନ ପ୍ରଧାନ(ପିଣ୍ଟୁ) ଙ୍କ ୪୬ ବର୍ଷ ରେ ବିୟୋଗ ଘଟିଛି। ଗତ କିଛି ଦିନ ଧରି ଶାରୀରିକ ଅସୁସ୍ଥତା କାରଣ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରେ ଚିକିତ୍ସିତ ହେଉଥିଲେ। ତାଙ୍କରି ବିୟୋଗ ରେ ବୋରିଗୁମ୍ମା ତଥ
ବରିଷ୍ଠ ସାମ୍ବାଦିକ ଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ।


ଜୟପୁର 22 ସେପ୍ଟେମ୍ବର (ହି.ସ.)

ବୋରିଗୁମ୍ମା ର ଗଣ ମାଧ୍ୟ୍ୟମ ପ୍ରତିନିଧି ସୁଦର୍ଶନ ପ୍ରଧାନ(ପିଣ୍ଟୁ) ଙ୍କ ୪୬ ବର୍ଷ ରେ ବିୟୋଗ ଘଟିଛି। ଗତ କିଛି ଦିନ ଧରି ଶାରୀରିକ ଅସୁସ୍ଥତା କାରଣ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରେ ଚିକିତ୍ସିତ ହେଉଥିଲେ।

ତାଙ୍କରି ବିୟୋଗ ରେ ବୋରିଗୁମ୍ମା ତଥା ଅଭିବକ୍ତ କୋରାପୁଟ ଜିଲା ରେ ସାମ୍ବାଦିକତା କ୍ଷେତ୍ର ରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି ହେଇଛି। ସ୍ଥାନୀୟ ଦୋରା କଲ୍ୟାଣ ମଣ୍ଡପ ଠାରେ ସ୍ବର୍ଗତ ପିଣ୍ଟୁ ପ୍ରଧାନ ନିମନ୍ତେ ଏକ ଶୋକ।ସଭା ଅନୁଷ୍ଠିତ ହେଇଥିଲା। ଉକ୍ତ ଶୋକ ସଭା ରେ ,ବୋରିଗୁମ୍ମା ଓକିଲ ସଂଘ ସଭାପତି ଶ୍ରୀ ନାଗରାଜ ଦୋରା ଯୋଗ ଦେଇ ପିଣ୍ଟୁ ଭାଇ ଙ୍କ ସହ ନିଜ ଅନୁଭୂତି ବର୍ଣନା କରିଥିଲେ।

ସେ କିଭଳି ନିର୍ଭୀକ ତଥା କୌଣସି ଡର କୁ ଭ୍ରୁକ୍ଷେପ ନ କରି ନିଜ ଅଞ୍ଚଳ ର ସମସ୍ୟା କୁ ଲୋକଲୋଚନ କୁ ଆଣୁଥିଲେ ତାହା ବର୍ଣନା କରିଥିଲେ।

ଉକ୍ତ ସଭାରେ ବୋରିଗୁମ୍ମା ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଭୈରବ ପ୍ରେସ କ୍ଲବ ସଭାପତି ଶ୍ରୀ ବିଶ୍ୱଜୀତ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରସାଦ ବିଡିକା, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଶୋକ ଗନ୍ତ।ୟତ, ବୋରିଗୁମ୍ମା ବଣିକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଆଚାରି, ବିଟୁ ପଣ୍ଡା,ତ୍ରିଲୋଚନ ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ସାକିଲ ଦୋରା ,ଏସ.ସୁନ୍ଦରମ, ଏନ. ପିମ୍ପସ କୁମାର, ରାମଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର, ଟୁଟୁ ପଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande