ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ର ୩୦ ଗୋଟି ପଂଚାୟତ ର ସମସ୍ତ କମ୍ୟୁନିଟ ସପୋର୍ଟ ଷ୍ଟାଫ୍ ଙ୍କ ର ଦାବି ଯେ ୬ ମାସ ହେଲା ପୂର୍ବରୁ ପାଉଥିବା ସ୍ଥାୟୀ ଦରମା ନପାଇ ବାରମ୍ବାର ବିଭାଗୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାର କୌଣସି ସ୍ଥାୟୀ ସମାଧାନ କରାଗଲା ନାହିଁ । ଧାମନଗର ବ୍ଲକ ର ଧାମନଗର କେଡର ୟୁନିୟନ ତରଫରୁ ଏହି ନିଷ୍ପତି ଅନୁଯାଇ ସ୍ଥାୟୀ ଦରମାର ସ୍ଥାୟୀ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଧାମନଗର ବିଡ଼ିଓ ଓ ବ୍ଲକ ମିଶନ ଶକ୍ତି ଅଫିସ ସମ୍ମୁଖ ରେ ଧାରଣା ବସିବା ପାଇଁ ସୋମବାର ଦିନ ବିଡ଼ିଓ , ଏସ ଡି ପି ଓ, ତହସିଲଦାର ,ମିଶନ ଶକ୍ତି ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି। ମଙ୍ଗଳବାର ଦିନ ବିଡ଼ିଓ ଙ୍କ ଅଫିସ ଆଗରେ ଏହି ଧାରଣା ରେ ବସିବେ ବୋଲି ବ୍ଲକ ସଭାନେତ୍ରୀ ଅନିମା ନାୟକ,ସମ୍ପାଦିକା ସସ୍ମିତା ତ୍ରୀପାଠୀ ଲିଖିତ ଭାବେ ଜଣାଇ ଛନ୍ତି। ସୋମବାର ଦିନ ଦୁଇ ଶହ ରୁ ଉର୍ଦ୍ଧ ଏମ ବି କେ, ବ୍ୟାଙ୍କ ମିତ୍ର ଓ ସି ଆର ପି ମାନେ ଏହି ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ, ଏହି ଦାବିପତ୍ର ପ୍ରଦାନ ବେଳେ ବ୍ୟାଙ୍କ ମିତ୍ର ପୂଜା ରାଣୀ ମହାଲିକ,ଚଂଚଳା ସ୍ୱାଇଁ,ମାନସୀ ବେହେରା,ପ୍ରିୟଙ୍କା ମହାନ୍ତି, ସୁଭ ଲକ୍ଷ୍ମୀ ସାହୁ, ସି ଆର ପି ହେମ ଲତା ସେଠୀ,ମେନକା ସାହୁ, ମାମିନା ବେହେରା, ଏମ ବି କେ ଗୀତାଞ୍ଜଳି ବେହେରା,କଳ୍ପନା ଦାସ, ଅହଲ୍ୟା ଜେନା ଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ