ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ
ଚମ୍ପୁଆ, ୨୨ ସେପ୍ଟେମ୍ବର(ହି.ସ.) – ଦାଦନ ଖଟିବାକୁ ଯାଇ ଚମ୍ପୁଆ ବ୍ଲକର ଜଣେ ଆଦିବାସୀ ଯୁବକ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ନିଖୋଜ ଯୁବକ ଚମ୍ପୁଆ ବ୍ଲକ୍ ବଡନଇ ଗ୍ରାମର କାଳିଆ ନାଏକଙ୍କ ପୁଅ ଧ୍ରୁବ ନାଏକ(୨୩)। ମିଳିଥିବା ସୂଚନ
ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ


ଚମ୍ପୁଆ, ୨୨ ସେପ୍ଟେମ୍ବର(ହି.ସ.) – ଦାଦନ ଖଟିବାକୁ ଯାଇ ଚମ୍ପୁଆ ବ୍ଲକର ଜଣେ ଆଦିବାସୀ ଯୁବକ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ନିଖୋଜ ଯୁବକ ଚମ୍ପୁଆ ବ୍ଲକ୍ ବଡନଇ ଗ୍ରାମର କାଳିଆ ନାଏକଙ୍କ ପୁଅ ଧ୍ରୁବ ନାଏକ(୨୩)। ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର କପ୍ତିପଦା ଅଂଚଳର ଆନ୍ନା ନାମକ ଜଣେ ଦଲାଲ ଓ ଗ୍ରାମର ଜଣେ ଯୁବକ ବୁଧୁ ବେହେରାଙ୍କ ମାଧ୍ୟମରେ ଗ୍ରାମର ୧୩ ଜଣ ଯୁବକ ଗୁଜୁରାଟକୁ କାମ କରିବାକୁ ଯାଇଥିଲେ। ସେମାନଙ୍କୁ ପ୍ରଲୋଭନ ଦେଖାଇ ଦଲାଲ ଜଣଙ୍କ ଗୁଜୁରାଟ ନେବା ପରେ ସେମାନଙ୍କୁ ଲ୍ୟାଣ୍ଡ ଡେକର ନାମକ ଏକ କମ୍ପାନୀରେ କାମ ଦିଆଯାଇଥିଲା। କିଛିଦିନ ପରେ ସେମାନଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା। ଯେନତେନ ଖାଇବାକୁ ଦିଆଯାଇ ଅଧିକ କାମ କରିବାକୁ ବାଧ୍ୟ କରାଯାଉଥିଲା। ପାଟି ଫିଟାଇଲେ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଥିଲା। ନିର୍ଯ୍ୟାତନା ସହିନପାରି କିଛିଦିନ ତଳେ ଧ୍ରୁବଙ୍କ ସମେତ ଛଅ ଜଣ ଯୁବକ ସେଠାରୁ ଖସି ପଳାଇ ଆସିଥିଲେ। ଗତ ଦୁଇଦିନ ତଳେ ଯୁବକ ମାନେ ଗାଁ କୁ ଫେରିଥିବା ବେଳେ ସବୁ କଥା ଜଣାଇଛନ୍ତି। ତେବେ ଧ୍ରୁବଙ୍କ ବାବଦରେ ସେମାନଙ୍କ ନିକଟରେ କୌଣସି ଖବର ନ ଥିବା ନେଇ କହିଛନ୍ତି। ବାଦ୍ ବାକି ଯୁବକ ମାନଙ୍କୁ ଲ୍ୟାଣ୍ଡ ଡେକର ର ମାଲିକ କଡା ତାଗିଦ ମଧ୍ୟରେ ରଖିଥିବା ପ୍ରକାଶ କରିଛନ୍ତି। ତେବେ ଫଶି ରହିଥିବା ଯୁବକମାନଙ୍କ ମଧ୍ୟରେ ନାକଫୋଡି ନାଏକଙ୍କ ପୁଅ ଗୌରାଙ୍ଗ ନାଏକ(୪୧), ରାଶିକ ମୁଣ୍ଡାଙ୍କ ପୁଅ ରାଜେଶ ମୁଣ୍ଡା(୧୯), ଜିତୁ ଚାତମ୍ୱାଙ୍କ ପୁଅ ହିରାମନ ଚାତମ୍ୱା(୫୫), ସୁରେନ ମୁଣ୍ଡାଙ୍କ ପୁଅ ମଥୁନ ମୁଣ୍ଡା (୩୩), ଚନ୍ଦ୍ର ମୁଣ୍ଡାଙ୍କ ଦୁଇ ପୁଅ ରଘୁ ମୁଣ୍ଡା (୨୦), ରାଘବ ମୁଣ୍ଡା(୧୮) ବୋଲି ଜଣାପଡିଛି । ସେମାନଙ୍କୁ ମଜୁରୀ ଦେବା ତ ଦୂରର କଥା ଠିକ ଭାବରେ ଖାଇବାକୁ ମଧ୍ୟ ଦିଆଯାଉ ନାହିଁ। ସେମାନଙ୍କୁ ମଧ୍ୟ ଫେରାଇ ଆଣିବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ସମ୍ୱନ୍ଧରେ ସ୍ଥାନୀୟ ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଙ୍ଗଙ୍କୁ ପଚାରିବାରୁ କହିଛନ୍ତି ଯେ କାର୍ଯ୍ୟକରିବାକୁ ଡାକି ନେଇଥିବା ବୁଧୁ ବେହେରାଙ୍କୁ ତୁରନ୍ତ ଦଲାଲ ସହିତ ଗୁଜୁରାଟ ଯାଇ ୮ ଦିନ ମଧ୍ୟରେ ତାଙ୍କୁ ଫେରାଇ ଆଣିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ଯଦି ନ ଆଣିବେ ତେବେ ଆମେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande