ଆଠ ଦଫା ଦାବୀ ପୂରଣ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ, ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ଆଠ ଦଫା ଦାବି ନେଇ ଜୟପୁର ଠାରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଧାରଣା l ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିବା ସହ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ମାରି ଧାରଣରେ ବସି ବିକ୍ଷୋଭ କରିଥିଲେ l ଛଅ ମାସ ହେଲା ଦରମା ମିଳୁନାହିଁ ଦୁର୍ଦ୍ଦିନ ଭିତରେ ପରିବାର । ପ
ଆଠ ଦଫା ଦାବୀ ପୂରଣ ନେଇ  ବ୍ଲକ କାର୍ଯ୍ୟାଳୟ ଧାରଣା ରେ ବସିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଳ, ମିଶନ ଶକ୍ତି କାର୍ଯ୍ୟାଳୟ ରେ ତାଲା


ଆଠ ଦଫା ଦାବୀ ପୂରଣ ନେଇ  ବ୍ଲକ କାର୍ଯ୍ୟାଳୟ ଧାରଣା ରେ ବସିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଳ, ମିଶନ ଶକ୍ତି କାର୍ଯ୍ୟାଳୟ ରେ ତାଲା


ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ଆଠ ଦଫା ଦାବି ନେଇ ଜୟପୁର ଠାରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଧାରଣା l ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିବା ସହ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ମାରି ଧାରଣରେ ବସି ବିକ୍ଷୋଭ କରିଥିଲେ l

ଛଅ ମାସ ହେଲା ଦରମା ମିଳୁନାହିଁ ଦୁର୍ଦ୍ଦିନ ଭିତରେ ପରିବାର । ପାର୍ବଣ ଋତୁରେ ବି ଦରମା ଦିଆଯାଉ ନାହିଁ । ହାଡ଼ଭଙ୍ଗା କାମ ସତ୍ତ୍ବେ ମିଳୁନି ସଠିକ ପାରିଶ୍ରମିକ । ପ୍ରତିବାଦରେ ଆଜି ସାରା ରାଜ୍ୟର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଆନ୍ଦୋଳନ ଜାରି ରଖିଥିବା ବେଳେ ଏହାର ପ୍ରଭାବ ଜୟପୁରରେ ମଧ୍ୟ ଦେଖିବାକୁ ମିଳିଛି । ଜୟପୁର ଠାରେ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର ମାନେ ଧାରଣାରେ ବସିଛନ୍ତି l ଆଜି କୋରାପୁଟ ଜିଲ୍ଲାର ଶହ ଶହ ସିଆରପି, ଏମବି କେ ବ୍ୟାଙ୍କ ମିତ୍ର ନିଜ ନିଜ ବ୍ଲକ ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜୋରଦାର ପ୍ରତିବାଦ କରିଛନ୍ତି । ଦକ୍ଷତା ଭିତିକ ନୁହେଁ, ଫିକ୍ସ ଦରମା ଦେବାକୁ ଦାବି I ୨୦୦୯ ମସିହାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଏମାନେ କାର୍ଯ୍ୟରତ ଥିବାବେଳେ ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ସଂଘ । ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ଛଅ ମାସ ହେଲା ପାଇ ନାହାନ୍ତି ଦରମା । ପୂର୍ବ ସରକାର ସମୟରେ ମିଳୁଥିବା ଫିକ୍ସ ଦରମାକୁ ଅପସାରଣ କରି ଦକ୍ଷତା ଭିତିକ ପାରିଶ୍ରମିକ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁ ଦାୟିତ୍ଵ ବହନ କରୁଛନ୍ତି । ସାରା ରାଜ୍ୟରେ ୬୦ ହଜାରରୁ ଅଧିକ ମହିଳା କାର୍ଯ୍ୟରତ ଅଛନ୍ତି । ବିନା ଦରମାରେ ଛଅ ମାସ ହେଲା ସେମାନେ ଦୟନୀୟ ସ୍ଥିତିରେ ଥିବା ଅଭିଯୋଗ କରିଛନ୍ତି । ଦାବୀ ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରୁ ହଟିବୁନି ବୋଲି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ l ଜୟପୁର ବ୍ଲକ ର କାର୍ଯ୍ୟରତ କର୍ମଚାରୀ ମାନେ ଦୁଇ ଭାଗ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି l ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସୂଚନା ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande