କଂଗ୍ରେସ ଦଳ ପକ୍ଷରୁ ସମ୍ବିଧାନ ବଚାଓ ପଦ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.) - ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ସଂଯୋଜକ ଜି ଶ୍ରୀନିବାସ ରାଓ ଙ୍କ ଅଧକ୍ଷତା ରେ ସମ୍ବିଧାନ ବଚାଓ ପଦ ଯାତ୍ରା ବିଷୟରେ କାଲିମେଳା ବ୍ଲକ ପୁସୁଗୁଡା ପଂଚାୟତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା! ଏଥିରେ ୨ ଅକ୍ଟୋବର ୨୦୨୫ ରେ ମାଲକାନଗିରି ଜିଲ୍ଲା ମୋଟୁ,ମୁଗି ପଏଂଟରୁ
କଂଗ୍ରେସ ଦଳ ପକ୍ଷରୁ ସମ୍ବିଧାନ ବଚାଓ ପଦ ଯାତ୍ରା  ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.) - ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ସଂଯୋଜକ ଜି ଶ୍ରୀନିବାସ ରାଓ ଙ୍କ ଅଧକ୍ଷତା ରେ ସମ୍ବିଧାନ ବଚାଓ ପଦ ଯାତ୍ରା ବିଷୟରେ କାଲିମେଳା ବ୍ଲକ ପୁସୁଗୁଡା ପଂଚାୟତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା! ଏଥିରେ ୨ ଅକ୍ଟୋବର ୨୦୨୫ ରେ ମାଲକାନଗିରି ଜିଲ୍ଲା ମୋଟୁ,ମୁଗି ପଏଂଟରୁ ସମ୍ବିଧାନ ବଚାଓ ପଦଯାତ୍ରା ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ମାଲକାନଗିରି ଜିଲ୍ଲାରେ ଉତ୍ସର୍ଗୀକୃତ ସଂଗଠନ ଦ୍ୱାରା ଯାତ୍ରାକୁ କିପରି ମହାନ ଭାବରେ ସଫଳ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା! ବୈଠକରେ କାଲିମେଳା ବ୍ଲକ ପୂର୍ବତନ ଅଧକ୍ଷ ମାଲା ମାଢି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମନୋଜ କୁମାର ନାୟକ, ରାଜ୍ୟ ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ପୂର୍ବତନ ଏନ ଏସ ୟୁ ଆଇ ସଭାପତି ବଂଶୀ ବୁରୁଦା, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଦେବାଶିଷ ଦେବନାଥ , ଓ ସମସ୍ତ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଯୁବ, ଛାତ୍ର, ଓ କର୍ମୀମାନେ ବୈଠକରେ ଯୋଗ ଦେଇଥିଲେ! ମାଲକାନଗିରି ଜିଲ୍ଲାରେ ଉତ୍ସର୍ଗୀକୃତ ସଂଗଠନ ଦ୍ୱାରା ଯାତ୍ରାକୁ କିପରି ମହାନ ଭାବରେ ସଫଳ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande