ଧାମରା ବନ୍ଦର ଆଗରେ ଶ୍ରମିକ ଶୋଷଣ ପ୍ରତିବାଦରେ ବିଏମଏସର ଧାରଣା, ଆଲୋଚନା ମାଧ୍ୟମରେ ଆସନ୍ତା ୩ଦିନରେ ସମସ୍ୟାର ସମାଧାନ ନ ହେଲେ ଗାନ୍ଧି ଜୟନ୍ତୀରେ ପୁନଶ୍ଚ ଧାରଣା ଦେବାକୁ ଚେତାବନୀ
ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷ ବନ୍ଦର ମଧ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ବେଳେ ଏବଂ ଏଥିପାଇଁ ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନ ହେବାରୁ ଆଜି ଭାରତୀୟ ମଜଦୁର ସଂଘ ଏବଂ ଏହି ସଂଘ ଦ୍ୱାରା ପରିଚାଳିତ ଧାମରା ବନ୍ଦର କର୍
DHAMARA PORT AGARE BMS DHARANA


ଭଦ୍ରକ, ୨୨ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷ ବନ୍ଦର ମଧ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ବେଳେ ଏବଂ ଏଥିପାଇଁ ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନ ହେବାରୁ ଆଜି ଭାରତୀୟ ମଜଦୁର ସଂଘ ଏବଂ ଏହି ସଂଘ ଦ୍ୱାରା ପରିଚାଳିତ ଧାମରା ବନ୍ଦର କର୍ମଚାରୀ ସଂଘ ଧାମରା ବନ୍ଦର ୧ନଂ ଗେଟଆଗରେ ଧାରଣା ଦେଇଥିଲେ। ଏହି ଧାରଣା ସକାଳ ୭ଟା ବେଳେ ଆରମ୍ଭ ହୋଇଥିଲା ଫଳରେ କିଛି ସମୟ ପାଇଁ ଧାମରା ବନ୍ଦର ୧ନଂ ଗେଟ ଦେଇ ସମସ୍ତ ଲୁହା ପଥର ବୋଝେଇ ଟ୍ରକ ଏବଂ ଟିପ୍ପର ଯାତାୟତ ସପୂର୍ଣ ବନ୍ଦ ହୋଇ ପଡିଥିଲା। ପରେ ଧାମରା ବନ୍ଦର କର୍ତୁପକ୍ଷ ମାନବ ସମ୍ବଳ ବିକାଶ ଅଧିକାରୀ ବାସୁକୀ ନାଥ, ଜୟନ୍ତ ରାଣା, ସଞୟ ମହାନ୍ତି, ପ୍ରମୁଖ ଆସି ଧାରଣା ସ୍ଥଳରେ ପହଂଚି ୨ଟି ସଂଘର କର୍ମକର୍ତା ମାନଙ୍କୁ ଧାରଣା ପ୍ରତ୍ୟାହୃତ କରିବା ପାଇଁ ଅନୁରୋଧ କରିଥିଲେ। ପରେ ଭାରତୀୟ ମଜଦୁର ସଂଘର ରାଜ୍ୟସଭାପତି ଶାନ୍ତନୁ କୁମାରମହାପାତ୍ର, ଜିଲ୍ଲାସଂପାଦକ ତଥା ଧାମରାବନ୍ଦରକର୍ମଚାରୀସଂଘର ସହ ସଭାପତି ମନୋଜ କୁମାର ବସନ୍ତ ରାୟ ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ମନୋଜଲେଙ୍କା, ସହ ସଭାପତି ଚନ୍ଦ୍ରଶେଖରଜେନା, ବିଜୟ ପ୍ରତାପ ଜେନା, ପ୍ରମୁଖ ଯାଇ ଧାମରା ବନ୍ଦର କର୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ। ବନ୍ଦର କର୍ତୁପକ୍ଷ ଆସନ୍ତା ୩ଦିନ ମଧ୍ୟରେ ଶ୍ରମିକ ମାନଙ୍କୁ ନେଇ ଥିବା ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଏହି ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ବହୁବାର ଆପତି ଏବଂ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ବନ୍ଦର କର୍ତୁପକ୍ଷ ନିଜ ମନମାନୀରେ ଶ୍ରମିକ ମାନଙ୍କୁ ଶୋଷଣ କରିବାସହ ଧାମରା ବନ୍ଦରରେ କାର୍ଯ୍ୟରତ ଠିକାଦାର ବିଜ୍ଞାନ ରାୟ, ବିଜିଆର, ଅତୁଲ ଜାନା ଏବଂ ଟିକେଆଇଏଲ ପ୍ରମୁଖ ଶ୍ରମିକ ମାନଙ୍କୁ କୌଣସି କାରଣ ନ ଦର୍ଶାଇ କୌଣସି ପୂର୍ବ ସୁଚନା ନଦର୍ଶାଇ କାର୍ଯ୍ୟରୁ ବାହାର କରିବା, ଚାକିରୀରୁ ବହିଷ୍କାର କରିବା, ସେମାନଙ୍କୁ ଫୁଲ ଏବଂ ଫାଇନାଲ ପ୍ରଦାନ ନ କରିବା , ଶ୍ରମିକ ମାନଙ୍କୁ ୧୨ଘଂଟା କାର୍ଯ୍ୟ କରାଇ ୮ଘଂଟାର ପାରିଶ୍ରମିକ ପ୍ରଦାନ କରିବା ଏବଂ ଶ୍ରମ ଆଇନ ଦ୍ୱାରା ପ୍ରଣୀତ ଓ ବୈଧାନିକ ବ୍ୟବସ୍ଥା କୁ ସଠିକ ଭାବେ ଲାଗୁ ନକରିବା,ବାର୍ଷିକ ବେତନ ବୃଦ୍ଧି ଆଦି ଅଭିଯୋଗ ହେବା ପରେ ମଧ୍ୟ ଧାମରା ବନ୍ଦର ଅଧୀନରେ ଥିବା ଉପରୋକ୍ତ ଠିକା ସଂସ୍ଥା ନିଜ ମନମାନୀରେ ଚଳାଇ ଆସୁଛନ୍ତି। ଫଳରେ ଶ୍ରମିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଆଜିର ଏହି ଧାରଣା ପ୍ରତ୍ୟାହୃତ ହେବା ପରେ ଆସନ୍ତା ୩ଦିନ ମଧ୍ୟରେ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଯଦି ବନ୍ଦର କର୍ତୁପକ୍ଷ ନ କରନ୍ତି ତାହା ହେଲେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ପୁନଶ୍ଚ ଭାରତୀୟ ମଜଦୁର ସଂଘ ଏବଂ ଏହି ସଂଘ ଦ୍ୱାରା ପରିଚାଳିତ ଧାମରା ବନ୍ଦର କର୍ମଚାରୀ ସଂଘ ପୁନଶ୍ଚ ଆନ୍ଦୋଳନ କୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଆଜି ହୋଇଥିବା ଏହି ଧାରଣାରେ ଅନ୍ୟ ମାନଙ୍କ ମଧତେ ବିପିନ ବେହେରା, କାର୍ତିକ ଗୁଡିଆ,ପ୍ରଦ୍ୱୀପ ରାଉତ,ଶାନ୍ତନୁ କୁମାରମହାପାତ୍ର, ମନୋଜକୁମାରବସନ୍ତ ରାୟ ,ମନୋଜଲେଙ୍କା, ଚନ୍ଦ୍ରଶେଖରଜେନା, ବିଜୟ ପ୍ରତାପ ଜେନା, ପ୍ରଫୁଲ ସେଠୀ, ଶୁଭେନ୍ଦୁ ନାୟକ, ମୁକ୍ତିକାନ୍ତ ସାହୁ, ଅରୁଣ ଦାସ, ଅଜୟ ମଣ୍ଡଳ, ଶଶିକାନ୍ତ ସାହୁଙ୍କ ସମେତ ବହୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande