ଆଗାମୀ ୭ ଦିନ ବର୍ଷା ସମ୍ଭାବନା : ଆସନ୍ତା ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.)- ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ତୃତୀୟ ଦିନ କେତେକ ସ୍ଥାନରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି ହୋଇଛି । ଚତୁର୍ଥ ଓ ପ
ଆଗାମୀ ୭ ଦିନ ବର୍ଷା ସମ୍ଭାବନା : ଆସନ୍ତା ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.)- ଆଗାମୀ ୨ ଦିନ ରାଜ୍ୟର କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ତୃତୀୟ ଦିନ କେତେକ ସ୍ଥାନରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ଜାରି ହୋଇଛି । ଚତୁର୍ଥ ଓ ପଂଚମ ଦିନ କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଚେତାବନୀ ରହିଛି । ଷଷ୍ଠ ଓ ସପ୍ତମ ଦିନ କେତେକ ଜିଲ୍ଲାରେ ଭୀଷଣ ବର୍ଷା ନେଇ ଚେତାବନୀ ଜାରି ହୋଇଛି ।

ଆସନ୍ତା ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨ ଜିଲ୍ଲା (କେନ୍ଦୁଝର, ମୟୂରଭଞ୍ଜ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨୦ ଜିଲ୍ଲା( ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।

୨୩ ତାରିଖ ଅର୍ଥାତ୍ ଆସନ୍ତାକାଲି ପାଇଁ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨ ଜିଲ୍ଲା (ସୁନ୍ଦରଗଡ଼, ସମ୍ବଲପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୨୪ ତାରିଖରେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ତାରିଖରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨ ଜିଲ୍ଲା(କୋରାପୁଟ, ମାଲକାନଗିରି)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୨ ଜିଲ୍ଲା(କୋରାପୁଟ, ମାଲକାନଗିରି)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା, ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଝଡ଼, କିମ୍ବା ବଜ୍ରପାତ ଓ ପବନ ନେଇ ଅନ୍ୟ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୨୭ ତାରିଖରେ ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ଏବଂ ୨୮ ତାରିଖରେ ଭୀଷଣ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande