ରତ୍ନଭଣ୍ଡାର ଗଣତିମଣତି ପାଇଁ ଜଗନ୍ନାଥ ସେନାର ଦାବି
ପୁରୀ, ୨୨ ସେପ୍ଟେମ୍ବର (ହି.ସ.)- ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହୋଇଥିବା ସିନ୍ଦୁକ ଗୁଡିକୁ ପୁଣି ରତ୍ନଭଣ୍ଡାରରେ ଆସନ୍ତାକାଲି ମଙ୍ଗଳବାର ରଖାଯିବ । ୧୯୭୮ ମସିହା ଗଣତିମଣତି ଓ ମେଳକ କରି ରଖିବା ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଜଣାଇବା ପାଇଁ ଜଗନ୍ନାଥ ସେନା ଦାବି କରିଛି । ଏହାର ସିବିଆଇ ତଦନ୍ତ ଦାବି କରି
ରତ୍ନଭଣ୍ଡାର ଗଣତିମଣତି ପାଇଁ ଜଗନ୍ନାଥ ସେନାର ଦାବି


ପୁରୀ, ୨୨ ସେପ୍ଟେମ୍ବର (ହି.ସ.)- ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହୋଇଥିବା ସିନ୍ଦୁକ ଗୁଡିକୁ ପୁଣି ରତ୍ନଭଣ୍ଡାରରେ ଆସନ୍ତାକାଲି ମଙ୍ଗଳବାର ରଖାଯିବ । ୧୯୭୮ ମସିହା ଗଣତିମଣତି ଓ ମେଳକ କରି ରଖିବା ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଜଣାଇବା ପାଇଁ ଜଗନ୍ନାଥ ସେନା ଦାବି କରିଛି । ଏହାର ସିବିଆଇ ତଦନ୍ତ ଦାବି କରି ସମୁଦ୍ରକୂଳେ ଦୀପଦାନ ଓ ବିକ୍ଷୋଭ ସେନା ପକ୍ଷରୁ କରାଯାଇଛି । ଜଗନ୍ନାଥ ସେନାର ଦାବି ମଧ୍ୟରେ ଗଣତିମଣତି କହି ସରକାର ଭୁଆଁ ବୁଲାଉଛନ୍ତି । ଏହାର ତୁରନ୍ତ ଗଣତିମଣତି କରାଯାଉ । ସିନ୍ଦୁକ ବଦଳିଲା ମାତ୍ର ରତ୍ନ ଗଣା ହେଲାନାହିଁ । ୧୯୭୮ ମସିହା ଗଣତିମଣତି ତାଲିକା ଅନୁସାରେ ବର୍ତ୍ତମାନ କେତେ ଅଳଙ୍କାର ଅଛି । ସେହି ଅଳଙ୍କାର ଅଛି କି ନାହିଁ ଓ ଅଳଙ୍କାର ଓଜନ ବଢିଛି ନା କମିଛି ଏ ସମ୍ପର୍କରେ ଭକ୍ତଙ୍କୁ ଜଣାଇ ଦିଆଯାଉ । ଇଏ ନେଲା ସିଏ ନେଲା ଆଉ କେତେ ରହିଲା ତାହା ମଧ୍ୟ ଭକ୍ତଙ୍କୁ ଜଣାଇବା ସହ ସିବିଆଇ ତଦନ୍ତ କରାଯାଉ । ମୁଣ୍ଡ କଥା ତୁଣ୍ଡରେ ଧରା ହେବ ନାହିଁର କି ରହସ୍ଯ ରହିଛି । ଯଦି ଗଣତିମଣତି ହେବ ନାହିଁ ତେବେ କମିଶନ ବସାଯିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା କାହିଁକି । ରତ୍ନଭଣ୍ଡାରର ସତ୍ଯ ଘଟଣାକୁ ଲୋକଲୋଚନକୁ ଅଣାଯାଉ । କୋହିନୂର ହୀରା ଅଣାଯାଉ । ୫୨୨ ରୂପା ଇଟା ଶ୍ରୀମନ୍ଦିରକୁ ଅଣାଯାଉ । ସିଂହଦ୍ବାର ଭଗ୍ନ ଗୁମୁଟରେ ଦଶାବତାର ମୂର୍ତ୍ତି ଲଗାଯାଉ । ଏହି ସବୁ ପ୍ରଶ୍ନ ଓ ଦାବି ସରକାର ପୂରଣ ନକଲେ ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ହେବ ବୋଲି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande